ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଏ.ଏମ୍. ମ୍ୟୁଜିକ୍ ଏକାଡେମି (ଆମ୍ମା) ଶୈଳଶ୍ରୀବିହାରଠାରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ରନାଥ ଦାଶ, ଗୀତିକାର ଶିବାନନ୍ଦ ଦାସ କାନୁନ୍ଗୋ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଓ ବିଶିଷ୍ଟ ସାମ୍ବାଦିକ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ପ୍ରତିଭାମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଆମ୍ମାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଏକାଡେମିର ପରିଚୟ ପୁସ୍ତିକାକୁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ବିଏମ୍ସିର ଡେପୁଟି କମିସନର୍ ପ୍ରମୋଦ କୁମାର ପୃଷ୍ଟି, ପ୍ରଶାସକ ସୁଦର୍ଶନ ଦାସ, ଓଡ଼ିଶୀ ସଙ୍ଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ଓ ଲୋକପ୍ରିୟ ଉପସ୍ଥାପିକା ଗୁନ୍ଗୁନ୍ ପ୍ରମୁଖ ଉନ୍ମୋଚନ କରିଥିଲେ। ଏକାଡେମିର ସଙ୍ଗୀତ ଗୁରୁ ପଣ୍ଡିତ ମହେଶ୍ବର ରାଓ, ଗୋପୀନାଥ ବେହେରା, ବିଶ୍ବନାଥ ମିଶ୍ର, ବନଶ୍ରୀ ପାଣିଗ୍ରାହୀ, ସତ୍ୟପ୍ରଭା ମିଶ୍ର, ଅନୀଲ କୁମାର ବେହେରାଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର, ପ୍ରଯୋଜକ ସୌମ୍ୟକାନ୍ତ ଖଣ୍ଡେଲ, ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ଗୀତିକାର ମୋହିତ ଚକ୍ରବର୍ତ୍ତୀ ଓ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ର ଶବ୍ଦ ବିଭାଗ ମୁଖ୍ୟ ନିତ୍ୟଶ୍ରୀ ରଞ୍ଜନ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟବ୍ରତ ପାଣିଗ୍ରାହୀ ଓ ଅନ୍ବେଷା ମହାନ୍ତି ପରିଚାଳନା କରିଥିଲେ।
ଉଦ୍ଘାଟିତ ହେଲା ସଙ୍ଗୀତ ଏକାଡେମି ‘ଆମ୍ମା’
/sambad/media/post_attachments/wp-content/uploads/2019/07/Untitled-17-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)