ଚନ୍ଦ୍ରଶେଖରପୁର : ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଭଳି ଓଡ଼ିଶାରେ ଆରମ୍ଭ ହୋଇଛି ‘ଓଡ଼ିଶା କୁଇନ୍’। ଯାହାର ଆୟୋଜକ ହେଉଛନ୍ତି ଆର୍ଆର୍ ଇଭେଣ୍ଟ୍ର ପରିଚାଳନା ନିର୍ଦେଶକ ରମେଶ ବାରିକ। ଯେଉଁଥିରେ ଓଡ଼ିଶାର ପ୍ରାୟ ୭ଟି ଜିଲ୍ଲାରୁ ପ୍ରତିଭା ଚୟନ କରାଯିବ। ପ୍ରତିଯୋଗୀମାନେ ବିଚାରକମାନଙ୍କ ଆଗରେ ବିଭିନ୍ନ ବିଭାଗରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏନେଇ ଅକ୍ଟୋବର ମାସ ୧ତାରିଖଠାରୁ ଆରମ୍ଭ ହୋଉଛି ଅଡିସନ୍। ରାଉରକେଲା, ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ବାଲେଶ୍ୱର, କଟକ ଓ ଭୁବନେଶ୍ୱରରେ ଏହାର ଅଡିସନ୍ ହେବାକୁ ଥିବା ବେଳେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏହାର ବ୍ରାଣ୍ଡ୍ ଆମ୍ବାସଡାର୍ ଓ ବିଚାରକ ମଣ୍ଡଳୀରେ ଯୋଗଦେବେ। ଅନ୍ୟ ବିଚାକରମାନଙ୍କ ମଧ୍ୟରେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର, ଅନୀଶା ଶର୍ମା, ପିଙ୍କି ପ୍ରଧାନ, ପ୍ରିୟଙ୍କା ପାଣିଗ୍ରାହୀ, ଅଭିନେତା ମନୋଜ, କୋରିଓଗ୍ରାଫର୍ ତଥା ଅଭିନେତା ହରିହର ଦାସ, ସିନେ ସାମ୍ବାଦିକ ତଥା କୋରିଓଗ୍ରାଫର୍ ବିଦ୍ୟାଧର ବାରିକ, ଡିଜାଇନର୍ ପ୍ରୀତମ ପଣ୍ଡା ଓ ଫ୍ୟାସନ୍ ର୍ୟାମ୍ପର୍ ଜନ୍ ଯୋଗଦେଇ ବିଭିନ୍ନ ଜିଲ୍ଲା ଅଡିସନ୍ରେ ପହଞ୍ଚିବେ। ପ୍ରତିଟି ସ୍ଥାନରୁ ୧୦ଜଣ ଲେଖାଏଁ ଦକ୍ଷ ପ୍ରତିଭାଙ୍କୁ ବିଚାରକମାନେ ଚୟନ କରିବାପରେ ଗ୍ରାଣ୍ଡ ଗ୍ରୁମିଂ ଆରମ୍ଭ ହେବ। ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ଗ୍ରୁମ୍ ରାଉଣ୍ଡ ଅନୁଷ୍ଠିତ ହେବ। ବିଚାରକ ଭାବେ ଅଫତାବ୍ ପ୍ରିୟଦର୍ଶନୀ, ଅଭିନେତ୍ରୀ ପୂଜା ଚୋପ୍ରା, ବିଦ୍ୟୁତ ଜମାଲ ଓ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଓଲିଉଡ୍ ଓ ବଲିଉଡ୍ର ଅନେକ ଚଳଚ୍ଚିତ୍ର ନିର୍ଦେଶକ, ଫେସନ୍ କୋରିଓଗ୍ରାଫର, ପ୍ରଯୋଜକ ଓ ଇଭେଣ୍ଟ୍ ମ୍ୟାନେଜର୍ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବେ। କୃତୀ ପ୍ରତିଯୋଗୀଙ୍କୁ ଚଳଚ୍ଚି୍ରତରେ ଅଭିନୟ କରିବା ପାଇଁ ସୁଯୋଗ ମିଳିବା ସହିତ ନଗଦ ଟଙ୍କା ଓ ଅନେକ ଉପହାର ପୁରସ୍କାର ଆକାରରେ ମିଳିବ ବୋଲି ସୂଚନା ମିଳିଛି।
‘ଓଡ଼ିଶା କୁଇନ୍’ ଅଡିସନ୍ ପାଇଁ ପ୍ରସ୍ତୁତି
/sambad/media/post_attachments/wp-content/uploads/2017/09/odisha-queen.jpg)