ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ଭୁବନପୁର ଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲ୍ରେ ଏକ କୁମ୍ଭୀର ଦେଖାଯିବାରୁ ସ୍ଥାନୀୟ ଭୁବନପୁର ଓ ମଧୁବନ ଗ୍ରାମର ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ଅଠଟା ବେଳେ ଭୁବନପୁର ଗ୍ରାମର ନିର୍ମଳା ବେହେରା ଓ ନୟନା ବେହେରା ସୁବାସ ସାଇନ୍ସ କଲେଜ ପାଖ ତୁଠକୁ ଗାଧୋଇବାକୁ ଯାଇଥିଲେ। ସେମାନେ କେନାଲ ବନ୍ଧରୁ ତୁଠକୁ ଗଡ଼ିବା ବେଳେ କେନାଲ ପାଣି ଉପରେ ପ୍ରାୟ ଦଶ ଫୁଟ୍ ଲମ୍ବର ଏକ କୁମ୍ଭୀର ପାଣି ଉପରେ ଭାସୁଥିବାର ଦେଖିଥିଲେ। ଭୟଭୀତ ହୋଇ ତୁଠ ଉପରେ ଛିଡ଼ା ହୋଇ ପାଟ କରି ଡାକିଥିଲେ। ପାଟି ଶୁଣି କେନାଲ ବନ୍ଧ ଓ ଆଖ ପାଖରେ ଗାଧୋଉ ଥିବା ଭୁବନପୁର ଓ ମଧୁବନ ଗ୍ରାମର ଲୋକମାନେ ସେଠାକୁ ଧାଇଁ ଆସିଥିଲେ। କିଛି ସମୟ ପରେ କୁମ୍ଭୀରଟି ପାଣି ଭିତରେ ବୁଡ଼ି ଯାଇଥିଲା। ପରେ କୁମ୍ଭୀରଟି ଆଉ ପାଣି ଉପରକୁ ଉଠି ନଥିଲା। ଗତ ବର୍ଷ ମୁଣ୍ଡଳୀ ନିକଟ ମହାନଦୀରେ ଆତଙ୍କ ଖେଳାଇ ଥିବା ଗମୁହାଁ କୁମ୍ଭୀରଟି କେନାଲ ଭିତରକୁ ଚାଲିଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ କୁମ୍ଭୀର ଦେଖାଯିବାରୁ ଭୁବନପୁର ଓ ମଧୁନ ଗ୍ରାମର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେମାନେ କେନାଲକୁ ସ୍ନାନ ଓ ଶୌଚ ଲାଗି ଯିବାକୁ ଉଚିତ୍ ମଣୁ ନାହାନ୍ତି। ଜନସାଧାରଣଙ୍କ ହିତକୁ ଦୃଷ୍ଟରେ ରଖି ବନ ବିଭାଗ ତୁରନ୍ତ କୁମ୍ଭୀରଟିକୁ ଧରି ସ୍ଥାନାନ୍ତର କରିବାକୁ ରଂଜନ ଭଟ୍ଟଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।
କେନାଲ୍ରେ କୁମ୍ଭୀର, ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2018/04/coco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)