ଖଣ୍ଡଗିରି: ପାଚିଲା ଧାନ ଖାଇବାକୁ ଆସି ବିଲରେ ଲୁଚା ଯାଇଥିବା ବୋମାକୁ କାମୁଡ଼ି ଏକ ବାର୍ହାର ମୃତ୍ୟୁ ହୋଇଛି। ଆଜି ଭୋର୍ ସମୟରେ ଖୋର୍ଧା ବନଖଣ୍ଡ ଅଧୀନ ଗଙ୍ଗପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣରେ ବାର୍ହାର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଏହାକୁ ଗାଡ଼ି ଧକ୍କା ବୋଲି ସଫେଇ ଦେଉଛନ୍ତି। ତେବେ ବନ ବିଭାଗ ମୃତଦେହ ବ୍ୟବଚ୍ଛେଦ କରାଇଛି ଓ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛି।
ସୂଚନାନୁସାରେ ଆଜି ଭୋର୍ ସମୟରେ ବାର୍ହାଟି ଗୁରୁତର ଆହତ ଅବସ୍ଥାରେ ପିତାପଲ୍ଲୀ-ବାରଙ୍ଗ ରାସ୍ତାକଡ଼ ଗଙ୍ଗପଡ଼ା ନିକଟରେ ପଡ଼ିଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପ୍ରାୟ ୯୦ କେଜି ଓଜନର ଏହି ଅଣ୍ଡିରା ବାର୍ହାଟିର ବୟସ ୬/୭ବର୍ଷ ହେବ। ତା’ର ଶରୀରର କୌଣସି ଅଂଶ କ୍ଷତିଗ୍ରସ୍ତ ହୋଇ ନ ଥିବା ବେଳେ ମୁହଁ ପୂରା ନଷ୍ଟ ହୋଇଯାଇଥିଲା। ତେଣୁ ପାଚିଲା ଧାନକୁ ବାର୍ହା ମୁହଁରୁ ବଞ୍ଚାଇବାକୁ ଚାଷୀମାନେ ବିଲରେ ଲୁଚାଇ ରଖିଥିବା ବୋମା କାମୁଡ଼ି ଆହତ ହୋଇଥିବା ଚର୍ଚ୍ଚା ହୋଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ବାର୍ହାକୁ ହସ୍ପିଟାଲ ନେବା ବାଟରେ ତା’ର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dffh4d5sdf56h4sf65h4sf65hhhhhhhhhhhhhhhhh.jpg)