ଭୁବନେଶ୍ୱର: ପରାଧୀନ ଭାରତରେ ସର୍ବଦା ବିପ୍ଳବର ସ୍ୱର ଝଙ୍କୃତ ହୋଇଥିବା ବେଳେ ବହୁ ମହାନ୍ ବିପ୍ଳବୀଙ୍କ ଆବିର୍ଭାବ ହୋଇଛି। ସେମାନଙ୍କ ମଧ୍ୟରୁ ମହାନ ବିପ୍ଳବୀ ଚକରା ବିଷୋୟୀ ଅନ୍ୟତମ। ଜନ୍ମମାଟିର ସୁରକ୍ଷା ପାଇଁ ତାଙ୍କ ତ୍ୟାଗ, ଦେଶଭକ୍ତି, ସଂଘର୍ଷ, ବଳିଦାନ ଓ ବୀରତ୍ବର ଗାଥା ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଗୌରବୋଜ୍ଜ୍ବଳ ଅଧ୍ୟାୟ। ବ୍ରିଟିସ୍ମାନଙ୍କଠାରୁ ଜନ୍ମଭୂମିକୁ ସୁରକ୍ଷିତ ରଖିବା ପାଇଁ ବିପ୍ଳବର ଅଗ୍ନିଶିଖାକୁ ସ୍ୱାଧୀନଚେତା ତଥା ଦୁର୍ଦ୍ଧର୍ଷ ଆଦିବାସୀମାନଙ୍କ ମଧ୍ୟରେ ଜାଗୃତ କରିବାରେ ତାଙ୍କର ନେତୃତ୍ବ ବଳିଷ୍ଠ ଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଚକରା ବିଷୋୟୀଙ୍କ ଦେଶଭକ୍ତି ଓ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବୋଜ୍ଜ୍ବଳ ଅଧ୍ୟାୟ
/sambad/media/post_attachments/wp-content/uploads/2022/01/56465h465gagdagdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)