ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମଗ୍ର ଦେଶ ଏକାଠି ଲଢ଼ିବାକୁ ଆଗେଇ ଆସିଥିବା ବେଳେ ଏହା କିଛି କୁନି ପିଲାଙ୍କୁ ମଧ୍ୟ ବଦାନ୍ୟତା ଦେଖାଇବାର ଅବସର ଆଣିଛି। କରୋନା ଭଳି ମହାବିପତ୍ତିକୁ ବୁଝିବା ସହ କିଛି କୁନି ପିଲା ଦୟା ଓ ମାନବିକତାର ପରିଚୟ ଦେଉଥିବା ଦେଖିବାକୁ ମିଳିଛି। ଏହି ଧାରାରେ ସାମିଲ୍ ହୋଇଛନ୍ତି ଭୁବନେଶ୍ବରରେ ରହୁଥିବା ୯ବର୍ଷର କୁନି ଛାତ୍ର ଠାକୁର ରାଜବୀର। ସେ ନିଜ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରିବା ପରିବର୍ତ୍ତେ କୁମ୍ପିରେ ବର୍ଷ ତମାମ ସଞ୍ଚିଥିବା ଅର୍ଥକୁ ଦାନ କରିବାକୁ ଆଗେଇ ଆସିଛନ୍ତି। ସମୁଦାୟ ସଞ୍ଚିତ ଅର୍ଥ ୨ ହଜାର ୨୦ ଟଙ୍କାରୁ ସେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧ହଜାର ୧୦ ଟଙ୍କା ଓ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୧ହଜାର ୧୦ ଟଙ୍କା ପ୍ରଦାନ କରିଛନ୍ତି। ଏଠାରେ କେତେ ଟଙ୍କା ଦିଆଯାଇଛି, ଯେତିକି ବଡ଼ କଥା ନୁହେଁ, ପିଲାମାନଙ୍କ ମଧ୍ୟରେ ମାନବିକତା ଓ ଦୟା ଭାବନା ଉଦ୍ରେକ ହେବା ତା’ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହି ଭାବନା, ଆବେଗ ଓ ମନୋଭାବ ହିଁ ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଓ ସମାଜମନସ୍କ ଭାବନା ଜାଗ୍ରତ କରାଏ। ପିତାମାତାମାନେ ପିଲାମାନଙ୍କୁ ଏଥିରେ ମାନସିକ ସହାୟତା ଯୋଗାଇ ଦେବା ମଧ୍ୟ ଏକ ଭଲ ସଂକେତ ବହନ କରୁଛି।
ଜନ୍ମଦିନରେ ସଞ୍ଚିତ ଅର୍ଥ କରୋନା ମୁକାବିଲା ପାଇଁ ଦାନ କଲେ କୁନି ଛାତ୍ର
/sambad/media/post_attachments/wp-content/uploads/2020/04/fhsfhsf5h49sfh7sf89h7s9f8h4sf65hsfhsfhsfhfhsfhfhfhfhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)