ଭୁବନେଶ୍ବର : ଟ୍ରେନ୍ ଯାତ୍ରୀଙ୍କଠାରୁ ଲୁଟ୍ କରୁଥିବା ଜଣେ ଚୋରକୁ ରେଳବାଇ ପୁଲିସ ଗିରଫ କରିବା ସହ ତା’ଠାରୁ ୫ହଜାର ଟଙ୍କା ଓ ମୋବାଇଲ ଜବତ କରିଛି। ସେ ହେଉଛି, ଭଦ୍ରକ ପୁରୁଣା ବଜାରର ସେକ୍ ରାଜା। ଶନିବାର ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅଞ୍ଚଳର ମୀନକେତନ ଚିଣ୍ଡା ସମ୍ବଲପୁର ଇଣ୍ଟରସିଟି ଟ୍ରେନରେ ପୁରୀରୁ ଫେରୁଥିଲେ। ସେ ଟଏଲେଟ୍ ଯାଇଥିବା ବେଳେ ତାଙ୍କ ବ୍ୟାଗ୍କୁ ରାଜା ନେଇ ଫେରାର୍ ହୋଇଯାଇଥିଲା। ଜିଆରପିରେ ଅଭିଯୋଗ ହେବା ପରେ ଚୋରି ମୋବାଇଲ ଫୋନ୍କୁ ଟ୍ରାକ୍ କରି ଭୁବନେଶ୍ବର ରେଳ ଷ୍ଟେସନ ସାମ୍ନାରେ ରାଜାକୁ ଗିରଫ କରାଯାଇଥିଲା।
ଟ୍ରେନ୍ ଲୁଟେରା ଗିରଫ: ମୋବାଇଲ, ଟଙ୍କା ଜବତ
/sambad/media/post_attachments/wp-content/uploads/2019/05/ar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)