ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏତଦ୍ବ୍ୟତୀତ କେଭିପିୱାଇ, ନାଇଜର, ଆଇଜର, ଆଇଆଇଟି, ଏନ୍ଆଇଟି, ଜେଇଇ (ମେନ୍ ଏବଂ ଆଡଭାନ୍ସଡ୍), ଇଂଜିନିୟରିଂ, ମେଡିକାଲ୍ ଆଦି ଜାତୀୟ ସ୍ତରୀୟ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବେ ୧୭୨ ଜଣ ଓ ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୭୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥିରୂପେ ଜଙ୍ଗଲ ଏବଂ ପରିବେଶ ବିଭାଗ ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍ସବରେ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଷୟରେ ଶିକ୍ଷାନୁଷ୍ଠାନର ସଫଳ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନ ମୋହନ ପଣ୍ଡା, କଳିଙ୍ଗନଗର ଡିଏଭିର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ର, ଡିଏଭି ସମୂହ ଜୋନ୍-୧ର ଆଞ୍ଚଳିକ ଅଧିକାରୀ ଡ. କେ ସି ଶତପଥୀ, ମ୍ୟାନେଜର ଡ. ଡି ଏନ୍ ମିଶ୍ର, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ମାନ୍ୟଗଣ୍ୟ ବ୍ୟକ୍ତି, ପରିଚାଳନା ସମିତିର ସଦସ୍ୟ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାଭାବକ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଈପ୍ସିତା ଦାସ ଛାତ୍ରଛାତ୍ରୀମାନଙ୍କର ସଫଳତାକୁ ପ୍ରଦର୍ଶିତ କରିବା ସହିତ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସୁପରଭାଇଜର ସୂର୍ଯ୍ୟକାନ୍ତି ଜେମା ଓ ଦୀପ୍ତିରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡିଏଭି ୟୁନିଟ୍-୮ରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ
/sambad/media/post_attachments/wp-content/uploads/2019/06/Untitled-9-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)