ଭୁବନେଶ୍ୱର: ଡ୍ରିମ୍ ଟିମ୍ ସାହାରାର ସପ୍ତମ ବାର୍ଷିକ ଉତ୍ସବ ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକସ୍ଥିତ କେନ୍ଦ୍ରୀୟ ଡିପୋଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ସିଦ୍ଧାନ୍ତ ମହାପାତ୍ର, ମେୟର ତଥା ବିପିଟିଏସ୍ର ଅଧ୍ୟକ୍ଷ ଅନନ୍ତ ନାରାୟଣ ଜେନା ଓ ମହାପ୍ରବନ୍ଧକ ମଧୁମିତା ରଥ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ଘୋଷଣା ହେବା ପରେ ସିଟି ବସ୍ ସେବାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ନିରାପଦ ଯାତ୍ରୀ ପରିବହନ ସହ ଗୁଣାତ୍ମକ ଓ ସମୟ ଅନୁଯାୟୀ ଯାତ୍ରୀ ସେବା ଯୋଗାଇ ଦେବା ଉପରେ କାର୍ଯ୍ୟକ୍ରମରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ପରେ ଡିଟିଏସ୍ କର୍ମଚାରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୨୦୧୦ରେ ସହରାଞ୍ଚଳ ସିଟି ବସ୍ ସେବା ଆରମ୍ଭ ହୋଇଥିଲା। ଡ୍ରିମ୍ ଟିମ୍ ସାହାରା ପକ୍ଷରୁ ୨ଟି ରୁଟ୍ରେ ୨୦ଟି ବସ୍ ଯୋଗେ ପରିବହନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱର, ପୁରୀ, କଟକ, ଖୋର୍ଧା ଓ ଜଟଣୀରେ ପରିବହନ ସେବା ଜାରି ରହିଛି। ପରିବହନ ସେବା ପାଇଁ ଗୁଜୁରାଟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଡ୍ରିମ୍ ଟିମ୍ ସାହାରାର ସପ୍ତମ ବାର୍ଷିକ ଉତ୍ସବ: ନିରାପଦ ଯାତ୍ରୀ ପରିବହନ ଉପରେ ଗୁରୁତ୍ୱ
/sambad/media/post_attachments/wp-content/uploads/2017/10/s3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)