ଭୁବନେଶ୍ୱର: ଦରିଆ ସେପାରିରେ ବି ଓଡ଼ିଆ କାରିଗରୀର ଆଦର ବଢ଼ିବାରେ ଲାଗିଛି। ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କ ଦ୍ୱାରା ନିର୍ମିତ ୧୮ଫୁଟ ଉଚ୍ଚର ଅବଲୋକେଶ୍ୱର ମୂର୍ତି ତାଇଓ୍ଵାନ୍କୁ ରପ୍ତାନୀ କରାଯାଇଛି। ଏହି ମୂର୍ତିଟି ତାଇଓ୍ଵାନର ବୁଦ୍ଧ ମନ୍ଦିରରେ ଶୋଭା ପାଇବ। ମୂର୍ତିଟି ରାଜସ୍ଥାନର ସ୍ୟାଣ୍ଡ୍ଷ୍ଟୋନ୍ରେ ନିର୍ମିତ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨ଜଣ ଶିଳ୍ପୀ ନିୟୋଜିତ ହୋଇଥିଲେ। ମୂର୍ତି ପ୍ରସ୍ତୁତି ପାଇଁ ପ୍ରାୟ ୩ବର୍ଷ ଲାଗି ଯାଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି। ଏହା ପୂର୍ବରୁ ଚାଇନା, ଭୁଟାନ୍ ଓ ଜାପାନ୍ରେ ମଧ୍ୟ ତାଙ୍କର ବୌଦ୍ଧ କଳାକୃତି ସ୍ଥାନିତ ହୋଇଛି। ବ୍ରହ୍ମପୁରର ଚନ୍ଦ୍ରଗିରି ଏବଂ ହିମାଚଳପ୍ରଦେଶରେ ମଧ୍ୟ ତାଙ୍କର ବୁଦ୍ଧ କୀର୍ତିରାଜି ଶୋଭା ପାଇଛି। ପ୍ରଭାକରଙ୍କ ସମେତ ୫ଜଣ ଶିଳ୍ପୀ ଓଡ଼ିଶାରେ ନିର୍ମିତ ଏହି ମୂର୍ତିକୁ ନେଇ ପ୍ରଭାକର ତାଇଓ୍ଵାନ ଯାତ୍ରା କରିଥିବା ବେଳେ ୫ଜଣ ଶିଳ୍ପୀ ମୂର୍ତି ସ୍ଥାପନ କରିବେ ବୋଲି ଶିଳ୍ପୀ ପ୍ରମୋଦ ମହାରଣା ସୂଚନା ଦେଇଛନ୍ତି।
ତାଇଓ୍ଵାନ ବୁଦ୍ଧ ମନ୍ଦିରରେ ପଦ୍ମଶ୍ରୀ ପ୍ରଭାକରଙ୍କ କଳାକୃତି
/sambad/media/post_attachments/wp-content/uploads/2018/07/taiwan-jiba-murti-photo-satya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)