ମା’ ଦୁର୍ଗାଙ୍କୁ ମେଲାଣି ପରେ ମଣ୍ଡପରେ ବିରାଜିଛନ୍ତି  ମା’ ଗଜଲକ୍ଷ୍ମୀ। ଐଶ୍ବର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କୁ ମଧୢ ମହା ଆଡ଼ମ୍ବରରେ ସ୍ବାଗତ କରିଛନ୍ତି ରାଜଧାନୀବାସୀ। ପୂର୍ଣ୍ଣିମାର ଉଦିଆ ପୂର୍ଣ୍ଣ ଜହ୍ନ ସହ ଦର୍ଶନ ଦେଇଛନ୍ତି ମା’। ସୁଉଚ୍ଚ ତୋରଣ ସହ ୨୫ରୁ ଊର୍ଧ୍ବ ସ୍ଥାନରେ ମା’ ଗଜଲକ୍ଷ୍ମୀ ପୂଜା ପାଇଛନ୍ତି। ସମୃଦ୍ଧି ଓ ଐଶ୍ବର୍ଯ୍ୟର ପ୍ରତୀକ ସ୍ବରୂପ ମା’ଙ୍କୁ ଆବାହନ ପାଇଁ ସହର ସମେତ ରାଜଧାନୀ ଉପକଣ୍ଠରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଏଥିସହ କିଛି ସ୍ଥାନରେ ସା˚ସ୍କୃତିକ କାର୍ଯ୍ୟକ୍ରମର ମଧୢ ଆୟୋଜନ କରାଯାଇଛି। କିଛି ସ୍ଥାନରେ ବିଳମ୍ବରେ ପୂଜା ଆରମ୍ଭ ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ତପରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

Advertisment

ଭୋଟପଡ଼ାରେ ପୂଜା ପାଇଲେ ମା’ ଧନଲକ୍ଷ୍ମୀ

ଚନ୍ଦ୍ରଶେଖରପୁର: ଆଜିଠାରୁ ଆରମ୍ଭ ହୋଇଛି ମା’ ଲକ୍ଷ୍ମୀଙ୍କ ପୂଜା। ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଭୋଟପଡ଼ା ଗ୍ରାମରେ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଉଛି  ମା’ ଲକ୍ଷ୍ମୀଙ୍କ ପୂଜା। ଚଳିତ ବର୍ଷ ମା’ଙ୍କ ଧନଲକ୍ଷ୍ମୀ ପ୍ରତିମା ପୂଜା ପାଉଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଉଛି। ଆଜି ସକା‌େଳ ମଣ୍ଡପ ନିକଟରେ ଥିବା ବୃନ୍ଦାବତୀଙ୍କ ନିକଟରେ ସ୍ଥାନୀୟ ଯୁବତୀମାନେ ଆଞ୍ଜୁଳି ଟେକି ପୂଜା କରିବା ସହ ସନ୍ଧ୍ୟାରେ ଚାନ୍ଦ ପୂଜା କରିଥିଲେ। ଭୋଟପଡ଼ା ଜୟ ମା’ଦରିଆଣୀ କ୍ଲବ୍ ପକ୍ଷରୁ ମୁଖ୍ୟ ପରିଚାଳକ ଦାଶରଥୀ ନାୟକଙ୍କ ତତ୍ତ୍ବାବଧାନରେ  ଚଳିତବର୍ଷ ୩୧ତମ ପୂଜା କରାଯାଉଛି। ପ୍ରତି ସନ୍ଧ୍ୟାରେ ମଣ୍ଡପ ନିକଟରେ ଭଜନ ସମାରୋହ ସହ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବଙ୍କୁ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯିବା ବୋଲି ସୂଚନା ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ନେଇ ମଞ୍ଚେଶ୍ବର ଥାନା ପୁଲିସ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।