‘ଦେବ ସ୍ମୃତି’ରେ ଦୁର୍ଗା ତାଣ୍ଡବ

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଅନୁଷ୍ଠିତ ହୋଇଛି ନୃତ୍ୟ ଉତ୍ସବ ‘ଦେବସ୍ମୃତି’। ଦଳଗତ ନୃତ୍ୟରେ ଲକ୍ଷ୍ମୀ ନୃସିଂହଙ୍କ ଧ୍ୟାନରୁ ଆରମ୍ଭ ହୋଇଥିଲା ନୃତ୍ୟର କାର୍ଯ୍ୟକ୍ରମ। ‘କେଡ଼େ ଛନ୍ଦ ଜାଣେଲୋ ସହି.., ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ.. ଭଳି ଗୀତରେ ନୃତ୍ୟାଭିନୟ ସହ ଦଶାବତାର, ଦୁର୍ଗା ତାଣ୍ଡବ ଦେଖିବାକୁ ମିଳିଥିଲା। ନୃତ୍ୟ ନିର୍ଦେଶନା ଦେଇଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା। ଏହି ଅବସରରେ ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଏବଂ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଭାପତିତ୍ବ କରିଥିଲେ ସୀମାଞ୍ଚଳ ପଣ୍ଡା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ୨୭ଜଣ ଯୁବ ନୃତ୍ୟଗୁରୁ ଓ ନୃତ୍ୟଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା। ରୀନା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜି ନାଗେଶ୍ବରୀ ଓ ଦୀପିକା ପ୍ରିୟଦର୍ଶିନୀ ସହଯୋଗ କରିଥିଲେ। ବାସୁଦେବ ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର