ଭୁବନେଶ୍ୱର: ସହିଦ ନଗର ଥାନା ଅନ୍ତର୍ଗତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଥାନା ପକ୍ଷରୁ ଆଜି ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ଜଣେ ନିଶାସକ୍ତ ଯୁବତୀ ସେଠାରେ ଉତ୍ପାତ କରିଛନ୍ତି। ଯୁବତୀଙ୍କ ପରିଚୟ ମିଳିନାହିଁ। ପୁଲିସ ତାଙ୍କୁ କିଛି ସମୟ ପାଇଁ ଥାନାରେ ଅଟକ ରଖିବା ପରେ ଛାଡ଼ି ଦେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ଟା ବେଳେ ଏହି ରାସ୍ତାରେ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଉଥିଲ। ଠିକ୍ ଏହି ସମୟରେ ଏକ ବାଇକ୍ରେ ଜଣେ ଯୁବକ ଓ ଯୁବତୀ ସେହି ବାଟ ଦେଇ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ରାଗିଯାଇ ପଛରେ ବସିଥିବା ନିଶାସକ୍ତ ଯୁବତୀଜଣଙ୍କ ପୁଲିସକୁ ଗାଳିଗୁଲଜ କରିଥଲେ। ଏହାସହ ଜଣେ ପୁଲିସ କର୍ମଚାରୀଙ୍କ କଲର୍ ଧରି ଟଣାଓଟରା କରିଥିଲେ। ଆଇଡେଣ୍ଟି ପ୍ରୁଫ୍ ନଥିଲେ ତୁମେମାନେ ଧରପଗଡ଼ କରିପାରିବ ନାହିଁ ବୋଲି ଧମକାଇଥିଲେ। ଏନେଇ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।
ନିଶାସକ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ପୁଲିସକୁ ଠେଲାପେଲା
/sambad/media/post_attachments/wp-content/uploads/2018/08/IMG-20180807-WA0037-750x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)