ଖଣ୍ଡଗିରି,: ଶନିବାର ସନ୍ଧ୍ୟାରେ ବରମୁଣ୍ଡା ପ୍ରଧାନସାହିରେ ଘଟିଥିବା ଗଣ୍ଡଗୋଳରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ପାରିନାହିଁ। ମହାବୀର ବସ୍ତି ମାରପିଟ୍ରୁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ରବିବାର ମହାବୀର ବସ୍ତିର ଦୀପକ ଦାସ ଅଭିଯୋଗ କରିବା ପରେ କଥା ଜଣାପଡ଼ିଛି। ଆଜି ଦୀପକ ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ରାତିରେ ବରମୁଣ୍ଡାର କିଛି ଯୁବକ ତାଙ୍କୁ ହାଉସିଂବୋର୍ଡ କଲୋନିରେ ନିର୍ଘାତ ମାଡ଼ ମାରିଥିଲେ। ସେହି ରାତିରେ ସେ ଖଣ୍ଡଗିରି ଥାନାକୁ ଜଣାଇଥିଲେ ଓ ପୁଲିସ ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲା। ଶନିବାର ସନ୍ଧ୍ୟାରେ ବରମୁଣ୍ଡାରେ ଘଟିଥିବା ଗଣ୍ଡଗୋଳ ବାବଦରେ ସେ କିଛି ଜାଣିନଥିବା କହିଛନ୍ତି। ଥାନା ଅଧିକାରୀଙ୍କ କହିବା କଥା ଦୀପକଙ୍କୁ ଚିକିତ୍ସା ପାଇଁ ପଠାଇବା ପରେ ପୁଲିସ ବରମୁଣ୍ଡାର ଗଣ୍ଡଗୋଳକାରୀମାନଙ୍କୁ ଖୋଜୁଥିଲା। ମାତ୍ର ଲିଖିତ ଅଭିଯୋଗ ନଥିବାରୁ ପ୍ରକୃତ ଗଣ୍ଡଗୋଳକାରୀଙ୍କୁ ଚିହ୍ନିବା ସମ୍ଭବ ହୋଇନଥିଲା। କିନ୍ତୁ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ଶନିବାର ସନ୍ଧ୍ୟାରେ ମହାବୀର ବସ୍ତି ଓ ହାଉସିଂ ବୋର୍ଡ କଲୋନିର କିଛି ଯୁବକ ବରମୁଣ୍ଡା ଗାଁରେ ପଶି ଗଣ୍ଡଗୋଳ କରିଥିବା ସ୍ପଷ୍ଟ ହୋଇଛି।
ବରମୁଣ୍ଡା ଗଣ୍ଡଗୋଳ, ମହାବୀର ବସ୍ତି ମାରପିଟ୍ରୁ ସୂତ୍ରପାତ ହୋଇଥିଲା
/sambad/media/post_attachments/wp-content/uploads/2019/08/dead-youth.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)