ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜୋନ୍ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ୟୁନିଟ-୧ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜୋନ୍ର ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟିଙ୍କ ନେୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା ଏବଂ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ୧୫୦ରୁ ଅଧିକ ବୃକ୍ଷରୋପଣ କରିଛନ୍ତି। ଏଥିରେ ଛାତ୍ର ନେତା ସାହିଲ ହରିଚନ୍ଦନ, ସମ୍ବିତ ସ୍ବାଇଁ, ଅନ୍ତର୍ଯ୍ୟାମୀ ପ୍ରଧାନ, ଦୀପକ କୁମାର, ବିକ୍ରମଜିତ୍ ସ୍ବାଇଁ, ଶିବ ବେହେରା, ମନୋଜ, ରାଜେଶ ଦାସ, ଆଦର୍ଶ ରଞ୍ଜନ, ପ୍ରିୟବ୍ରତ ଦାସ, ସିଟୁନ୍ ଦାସ, ମୁନ୍ମୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ବିଜୁ ଛାତ୍ର ଜନତା ଭୁବନେଶ୍ବର ଜୋନ୍ ପକ୍ଷରୁ ବନ ଉତ୍ସବ
/sambad/media/post_attachments/wp-content/uploads/2019/07/Untitled-20-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)