ଭୁବନେଶ୍ୱର: ଜାମୁଝରୀରେ ଥିବା ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରର ୨୧ ଜଣ କଏଦୀ ଆଜି ବାଲିଯାତ୍ରା ବୁଲିଛନ୍ତି। ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ୧୧ ଜଣ କର୍ମଚାରୀ ସେମାନଙ୍କୁ ଏକ ବସ୍ ଯୋଗେ କଟକ ନେଇ ଯାତ୍ରା ବୁଲାଇଛନ୍ତି। ଅପରାହ୍ନ ଗୋଟାଏ ବେଳେ ଯାଇ ସନ୍ଧ୍ୟା ସୁଦ୍ଧା ସେମାନେ ଫେରି ଆସିଛନ୍ତି। ଏହି ୨୧ ଜଣଙ୍କୁ ସେମାନଙ୍କର ଆଚରଣକୁ ଲକ୍ଷ୍ୟ କରି ଏହି ସୁଯୋଗ ଦିଆଯାଇଥିବା କାରାଗାର ଡିଜି ଡ. ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗୋଟିଏ ସ୍ଥାନରେ ସବୁବେଳେ ରହୁଥିବା କଏଦୀମାନଙ୍କୁ ଏହି ପରିଭ୍ରମଣ ମାନସିକସ୍ତରରେ ଅନେକ ସକାରାତ୍ମକ ପ୍ରଭାବ ପକାଇବ। ସମୟ ସମୟରେ ଜେଲ୍ ସୁଧାର କାର୍ଯ୍ୟକ୍ରମରେ କଏଦୀମାନଙ୍କୁ ଏଭଳି ସୁଯୋଗ ଦିଆଯାଉଥିବା ସେ କହିଛନ୍ତି।
ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରର କଏଦୀ ବୁଲିଲେ ବାଲିଯାତ୍ରା
/sambad/media/post_attachments/wp-content/uploads/2019/11/sdfgs5df64gsdf54g89sdf7gs98dg4sdddddddddddddddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)