ଭୁବନେଶ୍ବର: ହାତର ମୁଦ୍ରା, ପାଦର ଛନ୍ଦ କଥା କହୁଥିଲେ। ଆଖିର ଠାଣି ତଥା ମୁଖ ଓ ଅଙ୍ଗଭଙ୍ଗୀ ନିଜକୁ କିଛି ପ୍ରମାଣ କରି ଦେଖାଇବାକୁ ଚାହୁଥିଲେ। ଆଜି ରବୀନ୍ଦ୍ର ମଣ୍ଡପଠାରେ ବିମୋହନା କ୍ରିଏଟିଭ୍ ପକ୍ଷରୁ ଆୟୋଜିତ ‘ବିମୋହନା କଳା ସମ୍ମାନ ସମାରୋହ’ରେ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଏଭଳି କିଛି ନୃତ୍ୟର କଡା ଟକ୍କର ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ଓ ଅପରାହ୍ଣରେ ଆୟୋଜିତ ଉତ୍ସବରେ ୪୦ରୁ ଅଧିକ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାଗ ନେଇ ନିଜ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ ଅଧିବେଶନରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସଂଧ୍ୟା ଅଧିବେଶନରେ ଗୁରୁ ଧନେଶ୍ବର ସ୍ବାଇଁଙ୍କ ଦ୍ବାରା ଏକକ ମର୍ଦ୍ଦଳ ବାଦନ, ବୀଣା କେଉମ୍, ସୁହାଗ ନଳିନୀ ଦାସଙ୍କ ଦ୍ବାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ଥିଲା। କାର୍ଯ୍ୟକ୍ରମରେ ସଂଯୁକ୍ତା ଦତ୍ତ ପ୍ରଧାନ ଓ ଶିବାକ୍ଷ ଫାଉଣ୍ଡେସନର କଳାକାରମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କ ଉପସ୍ଥିତିରେ କଳାକାରମାନଙ୍କୁ ‘ବିମୋହନା କଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ବାରିକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବକୁ ଯୁଧିଷ୍ଠିର ନାୟକ, ସୁଶାନ୍ତ କୁମାର ବେହେରା, ନୀଳାଦ୍ରି ସାମଲ ପ୍ରମୁଖ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।
ବିମୋହନା କଳା ସମ୍ମାନ ସମାରୋହ, ନୃତ୍ୟରେ ନୃତ୍ୟରେ ଟକ୍କର
/sambad/media/post_attachments/wp-content/uploads/2020/01/f5x4h5sf94h8sf94h5sf4h56fshsfhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)