ବାଲିପାଟଣା:ବାଲିପାଟଣା ଥାନା ଅଧୀନ ତୁରିନ୍ତିରା ପଞ୍ଚାୟତ ନରଦା ଗ୍ରାମର ଆର୍ତ୍ତବନ୍ଧୁ ଦାସଙ୍କ ଦୁଇ ଜ୍ବାଇଁ ଶଙ୍କର ଦାସ ଓ ଟୁକୁନା ବେହେରାଙ୍କ ମଧ୍ୟରେ ଘରଡିହକୁ ନେଇ ବିବାଦ ରହିଥିଲା। କିଛିଦିନ ତଳେ ଗ୍ରାମର ଭଦ୍ରଲୋକଙ୍କ ଦ୍ବାରା ଏହାର ସମାଧାନ କରାଯାଇଥିଲା। ଟୁକୁନା ତାଙ୍କ ପ୍ରାପ୍ତ ଘରଡିହ ଉପରେ ନିଅଁ ଖୋଳୁଥିବା ବେଳେ ବଡ଼ ଶଢ଼ୁ ଶଙ୍କର ପାଖରେ ଥିବା ଏକ ଶାବଳରେ ଟୁକୁନାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଆହତ ଟୁକୁନାଙ୍କୁ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି। ପରିବାର ପକ୍ଷରୁ ଏଯାବତ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଦେହ ଭଲ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟୁକୁନାଙ୍କ ସ୍ତ୍ରୀ କହିଛନ୍ତି। ଆର୍ତ୍ତବନ୍ଧୁଙ୍କର ତିନି ଝିଅ ଓ ଗୋଟିଏ ପୁଅ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପୁଅର ମୃତ୍ୟୁ ହେବାର କିଛିଦିନ ପରେ ପକ୍ଷାଘାତରେ ଆକ୍ରାନ୍ତ ଆର୍ତ୍ତବନ୍ଧୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।
ବଡ଼ ଶଢ଼ୁର ଶାବଳ ମାଡ଼ରେ ସାନ ମୁଣ୍ଡ ଫାଟିଲା
/sambad/media/post_attachments/wp-content/uploads/2018/11/murder_knife_1542349535_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)