ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ପକ୍ଷରୁ ହାଇଟେକ୍ ପ୍ଲାଜା ସଭାକକ୍ଷରେ ପଧାନ ସାହି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତିରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓରକଳ, ବୋତଣ୍ଡା ସମେତ ପଧାନସାହି ଗ୍ରାମପଞ୍ଚାୟତରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ, ଡୁପ୍ଲେକ୍ସ ସମୂହର ବାସିନ୍ଦାମାନେ ଯୋଗଦେଇ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଠାରେ ଦିନକୁ ଦିନ ଜନବସତି ବଢ଼ୁଥିଲେ ହେଁ କିପରି ସେମାନେ ନା ଗ୍ରାମପଞ୍ଚାୟତର ନା ବିଏମ୍‌ସିର ସୁବିଧା ପାଉନାହାନ୍ତି ସେନେଇ ସରପଞ୍ଚ ସୁଚରିତା ପାଇକରାୟଙ୍କ ଆଗରେ ବଖାଣିଥିଲେ। ସ୍ଥାନୀୟ ବାସିନ୍ଦାମାନେ ସୁନ୍ଦରପଦା-ଜଟଣୀ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଆଲୋକୀକରଣ, ଫାଣ୍ଡି, ଡ୍ରେନେଜ୍ ସୁବିଧା, ସରକାରୀ ହସ୍ପିଟାଲ ପ୍ରତିଷ୍ଠା, କଲ୍ୟାଣ ମଣ୍ଡପ, ଶବ ସତ୍କାର ବ୍ୟବସ୍ଥା ଆଦି ଦାବି ବାସିନ୍ଦାମାନେ ଉପସ୍ଥାପନ କରିଥିଲେ।

Advertisment

ଏହି ଅବସରରେ ଭୁବନେଶ୍ବର ଉପକଣ୍ଠା ବିକଶା ମଞ୍ଚର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ବିମ୍ବାଧର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସର୍ବେଶ୍ବର ମହାନ୍ତି, ବୀଣାପାଣି ଜୟସିଂହ, ପ୍ରଦୀପ୍ତ କୁମାର ମହାନ୍ତି-ଉପସଭାପତି, ରଜନୀକାନ୍ତ ସିଂହ-ସାଧାରଣ ସମ୍ପାଦକ, ବିଏସ୍‌କେ ଛୋଟରାୟ- କୋଷାଧ୍ୟକ୍ଷ, ସନ୍ତୋଷ ମହାପାତ୍ର, ସୁମିତ୍ରା ରଥ, ପୁଷ୍ପିତା ପଣ୍ଡା- ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ବିନୋଦ କୁମାର ପଣ୍ଡା ଓ ଏସ୍‌.ସାମନ୍ତରାୟ ଉପଦେଷ୍ଟା ରହିଛନ୍ତି।