ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡ. ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶବ୍ଦ’କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ ଭାବଜଗତ ଭିତରେ ଜୀବନର ବୈଚିତ୍ର୍ୟକୁ ପ୍ରତିଫଳିତ କରିବାରେ କବି ଡ. ଗୋପବନ୍ଧୁ ସଫଳ ହୋଇଛନ୍ତି। ସେହିପରି ସରୋଜ କୁମାର ସାହୁଙ୍କ ଦ୍ବାରା ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ସାହିତ୍ୟିକଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଦୁଇଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଛାଇର ଶବ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଲୋକାର୍ପିତ
/sambad/media/post_attachments/wp-content/uploads/2021/01/f54h5fs6h456sf456f45s6fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)