ଭୁବନେଶ୍ୱର: ସାମଜକୁ ଏକ ସୁସ୍ଥ ଓ ସୁନ୍ଦର ବନାଇବା ସହିତ ଯୁବ ସମାଜଙ୍କ ମଧ୍ୟରେ ସାମଜିକ ଦାୟିତ୍ୱକୁ କର୍ତ୍ତବ୍ୟ ଭାବରେ ସମ୍ପାଦନ କରିବା ଲକ୍ଷ୍ୟ ରଖି ମାଭି ଫାଉଣ୍ଡେସନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗତ ଗୁରୁବାର ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡିନଗର ଠାରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନାଗଚମ୍ପା, ପଣସ,ରାଧାଚୁଡା, ଆମ୍ବ, ମହାନିମ୍ବ ସମେତ ଅନେକ ମୂଲ୍ୟବାନ ବୃକ୍ଷ ଲଗା ଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ପକଳ୍ପ ବିଦ୍ୟାଳୟରେ ୫୦ରୁ ଊର୍ଧ୍ୱ କମ୍ପାନିର କର୍ମଚାରୀ ଭାଗ ନେଇଥିଲେ। ଆଗାମୀ ଦିନରେ କମ୍ପାନିର ଲକ୍ଷ୍ୟ ରାସ୍ତା ପାର୍ଶ୍ୱରେ ଔଷଧୀୟ ଓ ଫଳଗଛ ରୋପଣ କରିବା।
ଶିଖରଚଣ୍ଡିରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ: ନାଗଚମ୍ପା, ପଣସ,ରାଧାଚୁଡା, ଆମ୍ବ, ମହାନିମ୍ବ ସମେତ ଅନେକ ମୂଲ୍ୟବାନ ବୃକ୍ଷ ଲଗାଯାଇଛି
/sambad/media/post_attachments/wp-content/uploads/2018/08/40270009_745061132505124_583965400199331840_n.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)