ଭୁବନେଶ୍ବର: ଦେବଙ୍କ ଦେବ ମହାଦେବ... କେବେ ହଳାହଳ ବିଷ ପାନ କରି ସଂସାରକୁ ରକ୍ଷା କରିଛନ୍ତି ତ’ କେବେ ପାପୀକୁ ବିନାଶ କରି ପୃଥିବୀରୁ ପାପ ଭାର କମାଇଛନ୍ତି। ଅର୍ଦ୍ଧନାରୀଶ୍ବର ରୂପରେ ନାରୀ ପୁରୁଷର ସମାନତାକୁ ଦର୍ଶାଇଛନ୍ତି। ମହାଦେବ ଶିବଙ୍କ ଏଭଳି ଗୁଣଗାନ କରି ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ ‘ନାଗେନ୍ଦ୍ରରାୟ’ ନୃତ୍ୟନାଟିକା। ପରେ ପରେ କଳାକାରମାନେ ‘ଜଳନ୍ଧର ବଧ’ ନୃତ୍ୟନାଟିକା ପ୍ରଦର୍ଶିତ କରିଥିଲେ। ଆଜି ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ୩୫ତମ ବାର୍ଷିକ ନୃତ୍ୟ ମହୋତ୍ସବ ‘ନୃତ୍ୟମ୍ବଦା’ର ଉଦ୍ଯାପନୀ ଅବସରରେ ଏହି ଦୁଇ ନୃତ୍ୟନାଟିକା ସହ ସମ୍ବଲପୁରୀ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ଗୁରୁ ଚପଳା ମିଶ୍ର, ସୁମିତ୍ରା ଜେନା, ମାଡାମ ଡୋରେନ, ମଧୁସୂଦନ ନାୟକ, ଗୁରୁ ବିଜୟ ବାରିକ ଓ ହରପ୍ରିୟା ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ ଅରୁଣା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସରିଲା ନୃତ୍ୟ ମହୋତ୍ସବ ‘ନୃତ୍ୟମ୍ବଦା’ ନୃତ୍ୟରେ ନୃତ୍ୟରେ ମହାଦେବଙ୍କ ଆରାଧନା
/sambad/media/post_attachments/wp-content/uploads/2019/05/Untitled-18-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)