ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଲାନ୍ସନାଏକ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପରିବାରକୁ ସମ୍ବର୍ଧିତ କରାଯାଇଛି। ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ନିବେଦିତା ଓ ପୁଅ ସୌମ୍ୟରଞ୍ଜନଙ୍କୁ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସମ୍ବର୍ଦ୍ଧିତ କରିଥିଲେ। ସୌମ୍ୟରଞ୍ଜନ ଏବେ ଆଇଟିଇଆର୍ର ଚତୁର୍ଥ ବର୍ଷ ଇଞ୍ଜିନିୟରିଂ ଛାତ୍ର। ସ୍ୱର୍ଗତ ମଲ୍ଲିକ କିପରି ଦେଶ ପାଇଁ ଜୀବନ ଦେଲେ ଓ ତାଙ୍କ ମୃତ୍ୟୁ ପରେ କିପରି ନିଜ ପୁଅକୁ ଏକୁଟିଆ ମଣିଷ କଲେ, ସେ ସମ୍ପର୍କରେ ନିବେଦିତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସୋଆର ଡିନ୍, ବିଭାଗୀୟ ମୁଖ୍ୟ, ନିର୍ଦ୍ଦେଶକ ଓ ବରିଷ୍ଠ ପ୍ରଫେସରମାନେ ଉପସ୍ଥିତ ଥିଲେ।
ସୋଆ ପକ୍ଷରୁ କାର୍ଗିଲ୍ ସହିଦଙ୍କୁ ସମ୍ବର୍ଧନା
/sambad/media/post_attachments/wp-content/uploads/2018/08/SOA-University.jpg)