ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରାବାସରେ ଜଣେ ଛାତ୍ର ଚାରି ମହଲାରୁ ପଡ଼ି ଗୁରୁତର ହୋଇଛନ୍ତି। ପ୍ରଥମ ବର୍ଷର ଝାଡ଼ଖଣ୍ଡର ଏହି ଛାତ୍ରଙ୍କୁ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେ ଏବେ ମରଣସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛି। ଆଜି ଛାତ୍ରଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ଥିଲେ ବି ଏ ନେଇ ସେମାନେ ପୁଲିସରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ତେବେ ସେ ଛାତରୁ ପଡ଼ି ଯାଇଛନ୍ତି କି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ଫାଣ୍ଡି ଅଧିକାରୀଙ୍କ ସୂଚନାନୁସାରେ ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ଭୋର୍ ସମୟରେ କେୟାର୍ ଟେକର୍ ଓ ସୁରକ୍ଷାକର୍ମୀ ଛାତ୍ରଙ୍କୁ ମଝି ଅଗଣାରେ ପଡ଼ିଥିବା ଦେଖିବା ପରେ ଏହି ଅଘଟଣ ବାବଦରେ ଜଣାପଡ଼ିଥିଲା। ତେବେ ଛାତ୍ରାବାସ ଦାୟିତ୍ବରେ ଥିବା କେୟାର୍ ଟେକର୍ ଓ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ବବୋଧକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ର ଜଣଙ୍କ ୪ ମହଲାରୁ ପଡ଼ିଥିଲେ ବି କେହି କିଭଳି କିଛି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲେ, ହୁଏତ ତାଙ୍କ ଅବସ୍ଥା ଏତେ ସଂକଟାପନ୍ନ ହୋଇନଥାନ୍ତା। ଅଘଟଣକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ବି ସେମିଷ୍ଟାର ପରୀକ୍ଷା ଚାଲିଥିବାରୁ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନାହାନ୍ତି।
୪ ମହଲାରୁ ପଡ଼ି ଇଂଜିନିୟରିଂ ଛାତ୍ର ଗୁରୁତର
/sambad/media/post_attachments/wp-content/uploads/2018/11/06_11_2018-murderlivein1_18614993_105731187.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)