ଭୁବନେଶ୍ବର: ‘ତ୍ରିଭଙ୍ଗ କଳା ନିକେତନ’ ପକ୍ଷରୁ ‘ଭାରତ କଳା ସଂସ୍କୃତି ସମ୍ମାନ-୨୦୧୯’ ସମାରୋହ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ସେମାନଙ୍କୁ ‘ଭାରତ କଳା ସଂସ୍କୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ କୋଲକାତାର ଓଡ଼ିଶୀ ନୃତ୍ୟଗୁରୁ ହେମନ୍ତ ବାସୁ, କଥକ ନୃତ୍ୟଗୁରୁ ସୁଦୀପ୍ତା ଦାସ, ଗୁରୁ ରେଖା ମହାନ୍ତି, ଗୁରୁ ପପିଆ ଭୌମିକ, ଗୁରୁ ଗାର୍ଗୀ ଗୋସ୍ବାମୀ, ଗୁରୁ କ୍ଷଣପ୍ରଭା ପରିଡ଼ା, ଗୁରୁ ବାବୁଲି ହରିପାଲ୍, ଗୁରୁ ଶ୍ରାବଣୀ ସେନ୍ ଓ ଗୁରୁ ଗୀତାଞ୍ଜଳି ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା, ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା, ସଙ୍ଗୀତା ଗୋସାଇଁ, ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଜୟନ୍ତୀ ରଥ ଓ ହରପ୍ରିୟା ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ନୀହାର ରଞ୍ଜନ ପ୍ରହରାଜ ଓ ପ୍ରତିଷ୍ଠାତା ଗୁରୁ ବିକ୍ରମ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp