ଭୁବନେଶ୍ବର: ବେଆଇନ ଭାବେ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚ୍ର ଏସ୍ଟିଏଫ୍ ଓ ଟାଉନ୍ ଥାନା ପୁଲିସ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ମିଳିତ ଚଢ଼ଉ କରି ୨ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ, ବିଡିଏ ଫରେଷ୍ଟ କଲୋନିର ସମ୍ବିତ ପାଢ଼ୀ ଓ ଢେଙ୍କାନାଳ ତରଭାର ରାଜେନ୍ଦ୍ର ପ୍ରସାଦ ବେହେରା। ଉଭୟଙ୍କଠାରୁ ପ୍ରାୟ ୭୩୦.୩୩ ମେଟ୍ରିକ୍ ଟନ୍ କ୍ରୋମାଇଟ୍ ଓ ୨୭୮.୫୨ମେଟ୍ରିକ୍ ଟନ୍ ହାର୍ଡ କୋକ୍, ନଗଦ ୪୪ହଜାର ୫ଶହ ଟଙ୍କା ଏବଂ ଜେସିବି ଜବତ କରାଯାଇଛି।
ଚଢ଼ଉ ବେଳେ ପୁଲିସ୍ ବ୍ୟବସାୟୀଦ୍ବୟଙ୍କୁ ଗଚ୍ଛିତ କ୍ରୋମାଇଟ୍ ଓ ହାର୍ଡକୋକ୍ର ଲାଇସେନ୍ସ ଓ କାଗଜପତ୍ର ମାଗିଥିଲା। ମାତ୍ର ସେମାନେ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ଏନେଇ ଉଭୟଙ୍କ ନାଁରେ ଖୋର୍ଦ୍ଧା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍ଟିଏଫ୍ ସୂଚନାନୁଯାୟୀ, ଭୁବନେଶ୍ବର ସମେତ ଆଖପାଖ ଉପକୂଳ ଜିଲ୍ଲାକୁ ଏହି ଖଣିଜ ପଦାର୍ଥ ଚୋରା ଚାଲାଣ କରାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/49-2.jpg)