ଆଇଆଇଟି ଭୁବନେଶ୍ବର ଓ ୟୁଥ୍‌ ବଣ୍ଡ୍‌ ବୁଥ୍‌ ଇଣ୍ଡିଆର ବୃକ୍ଷରୋପଣ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ବର ଓ ୟୁଥ୍‌ ବଣ୍ଡ୍‌ ବୁଥ୍‌ ଇଣ୍ଡିଆର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜଟଣୀସ୍ଥିତ ଅରଗୁଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭିନ୍ନ ଭିନ୍ନ ଧରଣର ପ୍ରାୟ ୨୦୦ଟି ବୃକ୍ଷର ଚାରା ଏହି ଅବସରରେ ରୋପଣ କରାଯାଇଥିଲା। ‘ଫନି’ ତାଣ୍ଡବରେ ଉଜୁଡ଼ି ଯାଇଥିବ‌‌ା ସବୁଜିମାକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ୟୁଥ୍‌ ବଣ୍ଡ୍‌ ବୁଥ୍‌ ଇଣ୍ଡିଆ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କାର୍ଯ୍ୟକ୍ରମରେ ନିଫ୍ଟ୍‌ର ପ୍ରଫେସର ଲିପ୍‌ସା ହେମ୍‌ବ୍ରମ୍‌, ଲାକ୍‌ମି ସୁପର ମଡେଲ ମିସ୍‌ ରିଆ ରେଶମ୍‌ ବାରି ଓ ସାନା ଗୁଗ୍‌ନାନି ପ୍ରମୁଖ ଏହି ଅବସରରେ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ବରର ସମସ୍ତ ପ୍ରଫେସର, ଛାତ୍ରଛାତ୍ରୀ, ଅରଗୁଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର