ଆଧୁନିକ ଓ ପଲ୍ଲୀ ସଂଗୀତର ଆସର ‘ରାଗରଙ୍ଗ’

ଭୁବନେଶ୍ବର: ଆଧୁନିକ ଓ ପଲ୍ଲୀ ଗୀତର ମ‌ନଲୋଭା ଆସର ଜମିଥିଲା ଜୟଦେବ ଭବନ ପ୍ରେକ୍ଷାଳୟରେ। ସ୍ବର, ତାଳ ଓ ଲୟର ଏକ ମିଠା ପରିବେଶ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରୁଥିଲା। ଚାଲିଥିଲା ‘କଳା ସୌରଭ’ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ ‘ରାଗରଙ୍ଗ’। ଏହି ଅବସରରେ କଣ୍ଠଶିଳ୍ପୀ ସିଦ୍ଧାର୍ଥ ମିଶ୍ର, କେଶବ ଚନ୍ଦ୍ର ସାହୁ, ବନ୍ଦିତା ରାୟ, କରୁଣାକର, ଛନ୍ଦା ମିଶ୍ର, ସୁପ୍ରଭା ପାଢ଼ୀ, ଆଦ୍ୟାଶା ଓ ଚନ୍ଦ୍ରିକା ଦାସ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ‘କବିଚନ୍ଦ୍ର ସ୍ମୃତି ସମ୍ମାନ’ ଓ ପୀତାମ୍ବର ମିଶ୍ରଙ୍କୁ ‘ନରସିଂହ ମହାପାତ୍ର ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିରେ ଅର୍ଥ କମିସନ୍‌ର ଅଧ୍ୟକ୍ଷ ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ‘କଳାସୌରଭ’ର ସଭାପତି ଗୌର ପଟ୍ଟନାୟକ ଓ ସମ୍ପାଦକ ବିଷ୍ଣୁପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚମକ ଚାନ୍ଦିନୀ ଦାଶ, ମଞ୍ଜୁଳା ତ୍ରିପାଠୀ ଓ ଲିଙ୍ଗରାଜ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର