ଆରମ୍ଭ ହେଲା ‘ଥିଲେ ଦିଅ, ନଥିଲେ ନିଅ’

ଭୁବନେଶ୍ୱର: ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ‘ଥିଲେ ଦିଅ, ନଥିଲେ ନିଅ’ ଆଜି ବାପୁଜୀନଗରସ୍ଥିତ ପ୍ୟାରିସ ବେକରୀ ଆଉଟ୍‌ଲେଟ ଠାରେ ଆରମ୍ଭ ହୋଇଛି। ଲୋକ ମାନଙ୍କର ଅଭୂତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଲାଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ଘୋଷଣା କରିଛନ୍ତି। କିଛି ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କୁ ବଣ୍ଟନ କରାଯାଉଛି।

ଆଜିଠାରୁ ଭୁବନେଶ୍ୱର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁନେ, ହାଇଦ୍ରାବାଦ ଠାରେ ଥିବା ସମସ୍ତ ପ୍ୟାରିସ ବେକରୀ ଆଉଟ୍‌ଲେଟରେ ‘ଉଡ୍ର ବ୍ଲେସିଙ୍ଗ ବକ୍ସ’ର ଶୁଭାରମ୍ଭ ହୋଇଛି। ସମସ୍ତ ବ୍ୟକ୍ତି ଏଠାରେ ବସ୍ତ୍ରଦାନ କରିପାରିବେ। ଯେଉଁ ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କ ପୋଷାକ ଦେବାକୁ ଚାହୁଛନ୍ତି ସେମାନେ ପ୍ୟାରିସ ବେକରୀ ଆଉଟ୍‌ଲେଟ ଉଡ୍ର ବ୍ଲେସିଙ୍ଗ ବକ୍ସରେ ଦାନ କରିପାରିବେ। ଉଡ୍ର ତାକୁ ୱାସେକ୍ସ ହସ୍ପିଟାଲିଟି ସଲୁସନ ସହାୟତାରେ ସଫାକରି ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ନାହିଁ ସେମାନଙ୍କ ପାଖରେ ପହଞ୍ଚାଇ ପାରିବ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଡା. ସୂର୍ଯ୍ୟ ପ୍ରକାଶ, ପ୍ୟାରିସ ବେକରୀ ଆଉଟ୍‌ଲେଟର ସତ୍ତ୍ବାଧିକାରୀ ବି.ଟି ଭରଦ୍ୱାଜ, ସିନେତାରକା ସମରେଶ ରାଉତରାୟ, ଶ୍ରୀତମ ଦାସ, ପୁନମ ମିଶ୍ର, ଶୁଭଶ୍ରୀ ମଙ୍ଗରାଜ, ଦେବୀ ପ୍ରସାଦ ମଙ୍ଗରାଜ, ପୱନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର