ଉତ୍ସାହ ଭରିଲା ବି-ଫେଷ୍ଟ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଇଟି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ(ବିଆଇଆଇଟିଏମ୍‌) ପକ୍ଷରୁ ‘ବି-ଫେଷ୍ଟ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍‌ ‌ୱିଜ୍‌, ଷ୍ଟକ୍‌ ବ୍ୟାଟଲ୍‌, ‌କେସ୍‌ ଷ୍ଟଡି, ମ୍ୟାଡ୍‌ ଆଡ୍‌, ଡ୍ୟାନ୍ସ, ସଂଗୀତ ଓ ରୢାମ୍ପ ସୋ’ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଓପିଏସ୍‌ଏଲ୍‌ର ପରିଚାଳନା ନିର୍ଦେଶକ ଡ. ଅମିୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକରାତ୍ମକ ମନୋଭାବ ‌ନେଇ କାମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଡବ୍ଲୁ୪ଡବ୍ଲୁର ପରିଚାଳନା ନିର୍ଦେଶକ ତ୍ରିନାଥ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଫଳତା ପାଇବା ପାଇଁ ନିଜକୁ କୁଶଳୀ ଓ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ହୋମ୍‌ ଇଣ୍ଡଷ୍ଟ୍ରିଜ୍‌ର ଉପାଧ୍ୟକ୍ଷ ସଞ୍ଜୀବ ଗୁପ୍ତା ମୁଖ୍ୟଅତିଥି, ୟୁରୋଲିଙ୍କ୍‌ର ପରିଚାଳନା ନିର୍ଦେଶକ ସଞ୍ଜୟ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପ୍ରାୟୋଜକ କମ୍ପାନିମାନେ ପୁରସ୍କାର ସହ ନଗଦ ରାଶି ପ୍ରଦାନ କରିଥିଲେ। ଏହି ବି-ଫେଷ୍ଟର ପ୍ରତିଯୋଗିତାରେ ବିଭିନ୍ନ ମ୍ୟାନେଜମେଣ୍ଟ ଅନୁଷ୍ଠାନର ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପି କେ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରତାପ କୁମାର ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର