ଉଦ୍‌ଯାପିତ ହେଲା ‘ଓଡ଼ିଆ ସ୍ୱାଭିମାନ ସମାରୋହ’

ଭୁବନେଶ୍ୱର: ‘ସଂଭାବନା’ ପକ୍ଷରୁ ଏକାମ୍ର ହାଟଠାରେ ଆୟୋଜିତ ‘ଓଡ଼ିଆ ସ୍ୱାଭିମାନ ସମାରୋହ’ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ ଅବସରରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଆଣୀଙ୍କ ମଧ୍ୟରେ ଓଡ଼ିଆ ସଂଗୀତ ପ୍ରତିଯୋଗିତା ଓ ସ୍ୱରଚିତ କବିତା ଆବୃତ୍ତି ତଥା ମଧୁ ଗାଥା ଓ ମଧୁଗୀତି ସମାରୋହର ମୁଖ୍ୟ ଆକର୍ଷଣ ଥିଲା। ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ମଧୁବାବୁଙ୍କ ସଂପର୍କରେ ଦର୍ଶକଙ୍କୁ ସମ୍ୟକ ସୂଚନା ଦେବା ପରେ ଆରମ୍ଭ ହୋଇଥିଲା ଓଡ଼ିଆ ସଂଗୀତ ପରିବେଷଣ ଓ ପ୍ରତିଯୋଗିତା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଐତିହାସିକ ଅମିୟ କୁମାର ମହାନ୍ତି, ସ୍ତମ୍ଭକାର ସିଦ୍ଧାର୍ଥ କାନୁନ୍‌ଗୋ ଓ ସାହିତ୍ୟିକ ଛନ୍ଦା ମିଶ୍ର। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ସଂଭାବନା ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ, ସଭ୍ୟ ସତ୍ୟବ୍ରତ ମହାପାତ୍ର, ରାଜଶ୍ରୀ ଶତପଥୀ ଓ ପ୍ରଫୁଲ୍ଲ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର