ଉ କାନ୍‌ଙ୍କ ମଞ୍ଚ ପ୍ରବେଶ

ଚନ୍ଦ୍ରଶେଖରପୁର: ମଙ୍ଗଳାଚରଣରୁ ମୋକ୍ଷ। ତା’ ସାଙ୍ଗକୁ ନୃତ୍ୟା‌ଭିନୟରେ ‘ତୋ ଲାଗି ଗୋପଦାଣ୍ଡ…’। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ‘ସୃଜନ’ ପକ୍ଷରୁ ଜୟଦେବ ବିହାରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ‘ରଙ୍ଗପ୍ରବେଶ’ରେ ‌ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ଚୀନ୍‌ ସାଂଘାଇର ନୃ୍ତ୍ୟାଙ୍ଗନା ଉ କାନ୍‌ଙ୍କ ମଞ୍ଚ ପ୍ରବେଶରେ ମଙ୍ଗଳାଚରଣରେ ‘ବିଷ୍ଣୁ ବନ୍ଦନା’ ପରିବେଷଣ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ବଟୁ, ଶୁଦ୍ଧ ନୃତ୍ୟରେ ଆରବୀ ପଲ୍ଲବୀ, ନୃତ୍ୟା‌ଭିନୟରେ ‘ତୋ ଲାଗି ଗୋପଦାଣ୍ଡ…’, ‘ଭଗବତୀ ସ୍ତୋତ୍ରମ୍‌ ଓ ମୋକ୍ଷ ପରି‌ବେଷଣ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ବାଦ୍ୟଯନ୍ତ୍ରରେ ମର୍ଦଳରେ ଗୁରୁ ରତିକାନ୍ତ ମହାପାତ୍ର, କଣ୍ଠ ସଙ୍ଗୀତରେ ରୂପକ କୁମାର ପରିଡ଼ା, ବେହେଲାରେ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ, ମଞ୍ଜିରାରେ ଏକଲବ୍ୟ ମୁଦୁଲି ସହଯୋଗ କରିଥିଲେ। ଆଲୋକ ପରିଚାଳନା କରିଥିଲେ ଦେବୀପ୍ରସାଦ ମିଶ୍ର। ସନ୍ଧ୍ୟା‌େର ଅତିଥି ଭାବେ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଅରୁଣା ମହାନ୍ତି, ଏସ୍‌ କେ ତା‌ମୋଟିଆ, କୋଲକାତାଠାରେ ଅବସ୍ଥାପିତ ଚୀନ୍‌ର ଡେପୁଟି କନ୍‌ସଲ୍‌ ‌ଜେନେରାଲ୍‌ ୟୁ ଜିଅଙ୍ଗ୍‌, କନ୍‌ସଲ୍‌ ୱାଙ୍ଗ୍‌ ଲିଫେଙ୍ଗ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର