ଏଲ୍‌ଜି ହକି ମାରାଥନ୍ ୨୬ରେ

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ୨୭ ତାରିଖରୁ ପୁରୁଷ ହକି ବିଶ୍ବକପ୍ ଆରମ୍ଭ ‌ହେଉଥିବାବେଳେ ଏଲ୍‌ଜି ଇଲେ‌କଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ଏକ ମାରାଥାନ ଆୟୋଜନ କରାଯାଇଛି। ଭୁବନେଶ୍ବରରେ ହକି ଆୟୋଜନ ସମେତ ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକ ନିଷିଦ୍ଧକୁ ସମର୍ଥନ ଜଣାଇ ଏଲ୍‌ଜି ପକ୍ଷରୁ ଏହି ମାରାଥନ ଆସନ୍ତା ୨୬ ତାରିଖ ସକାଳ ୬ଟା ୩୦ ମିନିଟରେ ମଇଦାନରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିବ। ଏଥିରେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିଭଳି ଖ୍ୟାତନାମା ହକି ଖେଳାଳୀ ଦିଲ୍ଲୀପ ତିର୍କି, ପ୍ରବୋଧ ତିର୍କି ଓ ୱିଲିଅମ ଖାଲକୋ ପ୍ରମୁଖ ମଧ୍ୟ ମାରାଥନରେ ଯୋଗଦେବେ। ବିଜୁ ଯୁବ ବାହିନୀ ସହଯୋଗରେ କମ୍ପାନି ଏହି ମାରାଥନ ଆୟୋଜନ କରିଛି। ମାରାଥାନରେ ଯୋଗଦେଇ ଭୁବନେଶ୍ବରକୁ ପ୍ଲାଷ୍ଟିକ ମୁକ୍ତ ସହର କରିବା ଅଭିଯାନରେ ଭୁବନେଶ୍ବରବାସୀ ସାମିଲ ହେବାକୁ କମ୍ପାନି ପକ୍ଷରୁ ଆହ୍ବାନ କରାଯାଇଛି। ମାରାଥନ୍‌ର ପ୍ରଥମ ତିନିଜଣ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ସହିତ ୧୦ଟି ସାନ୍ତ୍ବନାମୂଳକ ପୁରସ୍କାର ଦିଆଯିବ। ଏଥିସହିତ ଏଲଜି ପକ୍ଷରୁ ବିଶ୍ବକପ୍ ବେଳେ କଳିଙ୍ଗ ଷ୍ଟାଡିୟମରେ ୨୦ଟି ପାଣି ବୁଥ୍ ସ୍ଥାପନ କରାଯିବ। ଯେଉଁଠି ଦର୍ଶକମାନଙ୍କୁ ଏଲଜିର ଷ୍ଟେନ୍‌ଲେସ୍ ଷ୍ଟିଲ ୱାଟର ପିୟୁରିଫାୟର ରଖାଯାଇ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସେହିଭଳି କମ୍ପାନି ପକ୍ଷରୁ ୪୦ଟି ୱାଟର ପିୟୁରିଫାୟର ରାଜ୍ୟ କ୍ରୀଡ଼ା ବିଭାଗକୁ ଦିଆଯିବ ବୋଲି ଆଜି ଲୁଇସ୍ ରୋଡ୍ ସ୍ଥିତ ଏଲଜି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ରିଜିଓନାଲ ବିଜନସେ ହେଡ୍ ପ୍ରବଳ ସକ୍‌ସେନା ସୂଚନା ଦେଇଛନ୍ତି। ଏହି ଅବସରରେ କମ୍ପାନିର ରିଜିଓନାଲ ମାର୍କେଟିଂ ମ୍ୟାନେଜର ଦେବାଶିଷ ମିଶ୍ର, ରିଜିଓନାଲ ସେଲ୍ସ କୋର୍ଡିନେଟର ପ୍ରଶାନ୍ତ କୁମାର, ବ୍ରାଞ୍ଚ ମାର୍କେଟିଂ ମ୍ୟାନେଜର ବିଭୁପ୍ରସାଦ ମହାପାତ୍ର ଓ ସାମାଜିକ କର୍ମୀ ଋଷବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର