ଏସି କଏଲ୍‌ ଚୋରି, ୨ ଗିରଫ

ଭୁବନେଶ୍ବର : ଏସି କଏଲ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ସୋମନେ ହେଲେ ବାଣୀବିହାର କ୍ୟାମ୍ପସ ଅଞ୍ଚଳର ରତିକାନ୍ତ ନାୟକ(୨୦) ଓ ଦୀପକ ନାୟକ(୨୦)। ପୁଲିସ ସେମାନଙ୍କଠାରୁ ୫ଟି ଏସି କଏଲ୍‌ ଜବତ କରିଛି। ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ରତିକାନ୍ତ ଓ ଦୀପକ ମିଶି କ୍ୟାମ୍ପସ ଅଡିଟୋରିୟମ ନିକଟରେ ଥିବା ପୁରୁଣା ଏସିରୁ କଏଲ୍‌ ଖୋଲି ନେଇଯାଉଥିଲେ। ଏହି ସମରେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ସିକ୍ୟୁରିଟି ସୁପରଭାଇଜର ଅଜୟ ସାମଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର