ଏସ୍‌ସିବି କରୋନା ୱାର୍ଡରେ ଯୁବକଙ୍କ ମୃତ୍ୟୁ, ସ୍ବାବ ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍‌ସିବି)ର ସ୍ଵତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ୪୮ବର୍ଷର ଯୁବକର ମୃତ୍ୟୁ ଘଟିଛି। ସେ ଥଣ୍ଡା ଓ କଫ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ। ଗତକାଲି ରାତିରେ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଜି ଦ୍ବିପହରେ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ଏହାପୂର୍ବରୁ ଗତ ୬ ତାରିଖ ଦିନ ଏସ୍‌ସିବିର କରୋନା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ୨ ଜଣଙ୍କର ଏବଂ ଗଲା ୧୧ ତାରିଖରେ ଜଣଙ୍କର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ସେମାନଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଇସୋଲେସନ୍‌ ୱାର୍ଡରେ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ଏସସିବି କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର