କଟୁରୀରେ ମହିଳାଙ୍କୁ ଆକ୍ରମଣ କରି ଚେନ୍ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ଆଜି ସକାଳ ପ୍ରାୟ ୮ଟା ବେଳେ ଖଣ୍ଡଗିରିବାରି ଅଞ୍ଚଳରେ ଅନସୂୟା ବେହେରା ନାମକ ଜଣେ ମହିଳା ଫୁଲ ତୋଳିବାକୁ ଆସି ଲୁଟ୍‌ ଓ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ରବିବାର ସକାଳେ ଅନସୂୟା ଫୁଲ ତୋଳିବାକୁ ଆସିଥିବା ବେଳେ ଦୁଇଜଣ ଯୁବକ କଳା ପଲସର୍‌ ଆସି ତାଙ୍କୁ କଟୁରୀରେ ଆକ୍ରମଣ କରିବା ସହ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଥିଲେ। ଆକ୍ରମଣରେ ମହିଳାଙ୍କ ହାତରେ ଗଭୀର ଆଘାତ ଲାଗିଛି। ଏ ନେଇ ତାଙ୍କ ସ୍ବାମୀ ଶରତ କୁମାର ବେହେରା ଥାନାରେ ଏତଲା ଦେଇଛନ୍ତି। ତେବେ ଲୁଟ୍‌ର ପୂରା ଚିତ୍ର ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଖବର ପାଇବା ଭରତପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ଟେର୍ ମିଳିନାହିଁ।

ସମ୍ବନ୍ଧିତ ଖବର