କମଳା ନେହେରୁ କଲେଜରେ ଖୋଲିବ ପିଜି

ଭୁବନେଶ୍ବର : କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଖୋଲିବ ପିଜି ପାଠ୍ୟକ୍ରମ। ମହାବିଦ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେଣୁ ୨୦୧୯-୨୦ ଶିକ୍ଷା ବର୍ଷରୁ ଏଠାରେ ୩ଟି ବିଭାଗରେ ନାମଲେଖା ହେବ। ଓଡ଼ିଆ ସମେତ ରାଜନୀତି ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଭାଗ‌ରେ ୨୪ଟି ଲେଖାଏଁ ସିଟ୍‌ରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ସେଲ୍‌ଫ ଫାଇନାନ୍ସିଂ ମୋଡ୍‌ରେ ଏହି ପାଠ୍ୟକ୍ରମ ଖୋଲାଯିବ। ଆସନ୍ତା ମାସକ ମଧ୍ୟରେ ମହାବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର