କମିସନରେଟ ପୁଲିସର ଏସିପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: କମିସନରେଟ ପୁଲିସର ଏସିପି ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳ ବଦଳ ହୋଇଛି। କଟକରେ ଥିବା ଏସିପି ମାନସ ଗଡ଼ନାୟକଙ୍କୁ ଭୁବନେଶ୍ୱର ଫେରାଇ ଅଣାଯାଇଛି। ତାଙ୍କୁ ଜୋନ-୧ ଏସିପି ଦାୟିତ୍ୱ ମିଳିଛି। ଏଠାରେ ଥିବା ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଜୋନ-୨ ଦାୟିତ୍ୱ ମିଳିଛି। ଯାଜପୁରରୁ ବଦଳି ହୋଇ କମିସନରେଟ ପୁଲିସ ମୁଖ୍ୟାଳୟରେ ଏସିପି ଭାବେ ଅବସ୍ଥାପିତ ଥିବା ରବି ଶତପଥୀଙ୍କୁ ଜୋନ-୪ ଦାୟିତ୍ୱ ମିଳିଛି। ଜଗତସିଂହପୁରରୁ ବଦଳି ହୋଇ ଆସିଥିବା ଏସିପି ପ୍ରକାଶ ଚନ୍ଦ୍ର ପାଲଙ୍କୁ ଜୋନ-୬ ଦାୟିତ୍ୱ ମିଳିଛି ଭୁବନେଶ୍ୱରରେ ଥିବା ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ବଦଳି କଟକ ଜୋନ-୧କୁ ହୋଇଛି। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଦାୟିତ୍ୱରେ ଥିବା ଏସିପି ତରୁଣ ଦାସଙ୍କ ବଦଳି କମିସନରେଟ ପୁଲିସ ମୁଖ୍ୟାଳୟକୁ ହୋଇଛି। ଏଠାରେ ଏସିପି ଥିବା ଅନିଲ ବେହୁରିଆଙ୍କୁ କଟକ ଗୁଇନ୍ଦା ବିଭାଗ ଏସିପି ଭାବେ ବଦଳି କରାଯାଇଛି। ଏସିପି ସୁବାସ ଚନ୍ଦ୍ର ପଣ୍ଡା ଓ ଏସିପି ରଜତ ରାୟଙ୍କୁ କମିସନରେଟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତେବେ ଖୁବ୍‌ଶୀଘ୍ର ଇନ୍‌ସପେକ୍ଟର ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କଟକ ଓ ଭୁବନେଶ୍ୱରରେ ଥିବା କେତେକ ଇନ୍‌ସପେକ୍ଟରଙ୍କୁ ଅଦଳବଦଳ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର