କରୋନା ପାଇଁ ଛାଡ଼ ପାଇଛନ୍ତି ୭ ହଜାରରୁ ଅଧିକ ବନ୍ଦୀ, ୮୬ ଜେଲରେ ଅଛନ୍ତି ୧୬ ହଜାର ୯୩୧ କଏଦୀ

More than 7,000 prisoners have been released for corona

କଟକ: କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରଜ୍ୟର ବିଭିନ୍ନ ଜଲେରୁ ୭ ହଜାର ୨୫୫ ଜଣ ବନ୍ଦୀଙ୍କୁ ଛଡ଼ାଯାଇଛି। ୨୦୨୦, ମାର୍ଚ୍ଚ ୨୦ରୁ ମେ୧୨ ତାରିଖ ସୁଦ୍ଧା ଏହି ବନ୍ଦୀଙ୍କୁ ଜେଲରୁ ଜାମିନ, ଅନ୍ତରୀଣ ଜାମିନ, ପାରୋଲ ଆଦି ବ୍ୟବସ୍ଥାରେ ଛଡ଼ାଯାଇଛି। ଜେଲରେ ଭିଡ଼ ଏଡ଼ାଇବା ପାଇଁ ଓ ସାମାଜିକ ଦୂରତ୍ବ ରକ୍ଷା ବଜାୟ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଗଠିତ ଉଚ୍ଚ କ୍ଷମତାସଂପନ୍ନ (ହାଇ ପାୱାର୍‌ଡ୍) କମିଟି ଜାରି କରିଥିବା ନିୟମାବଳୀ ପାଳନ କରି ଏହି ବନ୍ଦୀଙ୍କୁ ଜେଲରୁ ଛଡ଼ାଯାଇଛି।

ରାଜ୍ୟର ୮୬ଟି ଜେଲରେ ମୋଟ ୧୯ ହଜାର ୧୬ ଜଣ ବନ୍ଦୀଙ୍କ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ମେ୧୪ରେ ବନ୍ଦୀଙ୍କ ସଂଖ୍ୟା ୧୬ ହଜାର ୯୩୧ ରହିଛି। ଫଳରେ କରୋନାକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ଜେଲରେ ଭିଡ଼ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଜେଲରୁ ମୁକୁଳିଥିବା କଏଦୀଙ୍କ ସଂପର୍କରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ତଥ୍ୟରରୁ ଜଣାପଡ଼ିଛି ଯେ, ୩୮୯ ଜଣ ବନ୍ଦୀଙ୍କୁ ସ୍ପେଶାଲ ଫର୍ଲଗ ଓ ପାରୋଲରେ ଜେଲରୁ ଛଡା ଯାଇଛି। ସ୍ପେଶାଲ ରେମିସନ ପ୍ରଦାନ କରାଯାଇ ୧୯୪ ଜଣଙ୍କୁ ଜାମିନ୍ ଓ ପିଆର ବଣ୍ଡରେ ୬ ହଜାର ୮୬୬ଜଣଙ୍କୁ ଜେଲରୁ ଛଡ଼ାଯାଇଛି। ୧ ହଜାର ୧୬୨ଜଣଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର