କାର ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର

ବାଲିଅନ୍ତା : ସରଦେଇପୁର-ନିମାପଡ଼ା ମୁଖ୍ୟ ରାସ୍ତାର ବାଳକାଟି ବଜାର ୟୁକୋ ବ୍ୟାଙ୍କ ନିକଟରେ ଗତ ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରାହୀ ଗୁରୁତର ଆହତ ହୋଇଛନ୍ତି। ଆହତଜଣଙ୍କ ହେଲେ, ବାଳକାଟି ଫାଣ୍ଡି ଅଧୀନ ବସନ୍ତପେଡ଼ି ଗ୍ରାମର ବିପିନ୍‌ ବିହାରୀ ପାତ୍ର (୨୦)। ବିପିନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ମୁଣ୍ଡରୁ ପ୍ରଚୁର ରକ୍ତସ୍ରବା ହେବାରୁ ଘଟଣାସ୍ଥଳରେ ସେ ଚେତା ହରାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଖବର ବାଇ ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବାଇକ୍‌କୁ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିପିନ୍‌ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବାଇକ୍‌ ଯୋଗେ ବାଳକାଟି ବଜାରରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବ୍ୟାଙ୍କ ନିକଟରେ ବାଲିପାଟଣା ଅଭିମୁଖେ ଯାଉଥିବା କାର୍‌ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର