ଖଣ୍ଡଗିରି: ମହାଆଡମ୍ବରରେ ଅଖିଳ ଉତ୍କଳ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ ହୋଇଯାଇଛି

ଭୁବନେଶ୍ୱର: ଖଣ୍ଡଗିରିଠାରେ ଧର୍ମବିହାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାଆଡମ୍ବରରେ ଅଖିଳ ଉତ୍କଳ ସାଧୁସନ୍ଥ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଓଡ଼ିଶାର ସମସ୍ତ ପ୍ରାନ୍ତରୁ ସାଧୁସନ୍ଥ ଏବଂ ଶତାଧିକ ସଂଖ୍ୟାରେ ଆଧ୍ୟତ୍ମିକ ପ୍ରେମୀ ଯୋଗ ଦେଇଥିଲେ।  ଏହି ସମ୍ମିଳନୀରେ ସ୍ୱାମୀ ଶଙ୍କରାନନ୍ଦଗିରି ପୌରହିତ୍ୟ କରିଥିଲେ ଏବଂ ମାନ୍ୟବର ସାଂସଦ ଡ. ପ୍ରସନ୍ନ ପାଠସାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ବରିଷ୍ଠ ସନ୍ଥ ସ୍ୱାମୀ ପ୍ରାଣସ୍ୱରୂପାନନ୍ଦ ମହନ୍ତ, ରାମକୃଷ୍ଣ ଦାସ ମହାରାନ୍‌ , ସ୍ୱାମୀ ବିଷ୍ଣୁ ଗିରି, ମହାନ୍ତ ହରି ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ସଭାରେ ସମସ୍ତ ସାଧୁସନ୍ଥ ଏକ ହୋଇ ଆଗାମୀ ଦିନରେ ଅନେକ ଜନକଲ୍ୟାଣକାରୀ କାମ କରିବା ସହିତ ସଂଘବଦ୍ଧ ହୋଇ କାମ କରିବେ ଏବଂ ମଠ ମନ୍ଦିରର ପୁନରୁଥ୍ଥାନ ଏବଂ ସୁରକ୍ଷା ଦିଗରେ ସରକାର ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର