ଗୌତମନଗର ରାସ୍ତାରୁ ଜବରଦଖଲ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର: ବିଏମ୍‌ସି, ବିଡିଏ ଓ ସାଧାରଣ ପ୍ରଶାସନର ମିଳିତ ସ୍କ୍ବାଡ୍ ଆଜି ଗୌତମ ନଗରରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରିଛି। ସେଠାରେ ରାସ୍ତା ଉପରେ ଥିବା ଗେଟ୍‌, ଟିଣ ଘରକୁ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଟିଣ ଘର ସହ ପାଚେରି ଥିବାରୁ ଏହାକୁ ଉଚ୍ଛେଦ କରାଯାଇଥିଲା। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଦୁଇ ଜଣ ମହିଳା ଏହି ଉଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇବା ସହ ସବୁ ଜବରଦଖଲ ଉଚ୍ଛେଦ କଲା ପରେ ଏହି ସ୍ଥାନରେ ଉଚ୍ଛେଦ କର ବୋଲି କହିଥିଲେ। ଅଧିକାରୀମାନେ ସେମାନଙ୍କୁ ବୁଝାଇବା ପରେ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ବିଡିଏ ଉଚ୍ଛେଦକାରୀ ଦଳର ଅଧିକାରୀ ପ୍ରମୋଦ ପାତ୍ର, ସଂଯୋଜକ ଶୁଭ୍ରାଂଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ବିଭାଗର ଆର୍‌ ଆଇ ମାନସ ବେହେରା, ବିଏମ୍‌ସି ଆର୍‌ଆଇ ରବୀନ୍ଦ୍ର କୁମାର ପ୍ରଧାନ, ଏସିପି ରବୀନ୍ଦ୍ର ଶତପଥୀ, ବଡ଼ଗଡ଼ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର