ଗ୍ରହଣ ଖଣ୍ଡିଆ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର ଆଜିଠୁ

ଭୁବନେଶ୍ୱର: ଶିଶୁମାନଙ୍କ ଓଠ ଓ ପାଟିର ଉପରଭାଗ(ତାଳୁ)ରେ ଗ୍ରହଣ ଖଣ୍ଡିଆ ହୋଇଥିଲେ ଏହାର ଉପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍, ବେଙ୍ଗାଲୁରୁସ୍ଥିତ ଇଙ୍ଗା ହେଲ୍ଥ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି। ଏହିକ୍ରମରେ ମଙ୍ଗଳବାରଠାରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ସପ୍ତାହ ଧରି ମାଗଣା ଅସ୍ତ୍ରୋପଚାର କରାଯିବ। ଭାରତ ସମେତ ୟୁଏସ୍ଏ, ୟୁକେ, ସ୍ୱିଡେନ୍, ଫିନ୍‌ଲ୍ୟା‌ଣ୍ଡ, ଫିଲିପାଇନ୍ସ ଭଳି ୧୧ଟି ଦେଶର ଆନ୍ତର୍ଜାତୀୟ କ୍ଲେଫ୍ଟ ସର୍ଜନ୍, ଆନେସ୍ଥେସିଓଲୋଜିଷ୍ଟ, ନର୍ସ ଓ ଅନ୍ୟ ମେଡିକାଲ୍ ଭଲ୍ୟୁଣ୍ଟିଅରମାନେ ଏକାଠି ହୋଇ ଜନ୍ମରୁ ଶିଶୁମାନଙ୍କ ଶରୀରରେ ଥିବା ଏହି ଅବସ୍ଥାର ଚିକିତ୍ସା କରିବେ ବୋଲି ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଇନଷ୍ଟିଚ୍ୟୁଟ୍ ଅଫ ଡେଣ୍ଟାଲ ସାଇନ୍ସସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି। ଏହି ସମ୍ମିଳନୀରେ ଆଇଡିଏସ୍ ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଶୋଭନ୍ ମିଶ୍ର, ଇନଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପୁଷ୍ପରାଜ ସାମନ୍ତସିଂହାର, ଅପରେସନ ସ୍ମାଇଲ୍‌ର ପରିଚାଳନା ନିର୍ଦ୍ଦେଶକ(ଭାରତ) ଅଭିଷେକ ସେନଗୁପ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର