ଘର ଭିତରୁ ୪ ଫୁଟିଆ ରଣା ଉଦ୍ଧାର

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବ୍ରାହ୍ମଣସୁଅାଁଲୋ ଗ୍ରାମର ଆଦିକନ୍ଦ ସାମନ୍ତରାୟଙ୍କ ଘର ଭିତରୁ ଆଜି ପୂର୍ବାହ୍ଣ ସାଢ଼େ ୧୧ଟାରେ ଏକ ୪ ଫୁଟିଆ ରଣା ସାପ ଉଦ୍ଧାର ହୋଇଛି। ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାପଟିକୁ କାବୁକରି ଜଙ୍ଗଲରେ ଛାଡ଼ି ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ ଗତ ୨୭ ତାରିଖରେ ବିରଞ୍ଚି ଏକ ୫ ଫୁଟିଆ ରଣା ସାପ ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମର କ୍ଷେତ୍ରମୋହନ ସେଠୀଙ୍କ ଘରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର