ଜାତୀୟ ନାଟ୍ୟ ମହୋତ୍ସବ ଉଦ୍‌ଘାଟିତ: ପ୍ରଥମ ଦିନରେ ନା‌ଟକ ‘ତଟ ନିରଞ୍ଜନା’

ଭୁବନେଶ୍ୱର: ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥ୍ରିଏଟର (ଅଜିତ୍ ଥିଏଟର୍ ଗ୍ରୁପ୍‌)ର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ‘୮ମ ଜାତୀୟ ନାଟ୍ୟ ମହୋତ୍ସବ’ ଆଜି ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ନାଟ୍ୟ ସଂସ୍ଥା ପକ୍ଷରୁ ଓଡ଼ିଆ ନାଟକ ‘ତଟ ନିରଞ୍ଜନା’ ମଞ୍ଚସ୍ଥ ହୋଇଥିଲା। ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ନାଟକର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଅଜିତ ଦାସ। ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ବୃନ୍ଦାବନ ବାରିକ୍‌ଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଅଜିତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର