ଜିଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର : ଛୋଟିଆ ଘଟଣାକୁ କେନ୍ଦ୍ର କରି ଘଟିଛି ଅଘଟଣ। ଜଣେ ବିବାହିତା ଜିଅନ୍ତା ଜଳି ଯାଇଛନ୍ତି। ମୃତ ମହିଳା ହେଉଛନ୍ତି, ବଡ଼ଗଡ଼ ବ୍ରିଟ କଲୋନିର ଦୀପକ ସାହାଙ୍କ ପତ୍ନୀ ସଙ୍ଗୀତା ଦେବୀ ସାହା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କୁ କେହି ଜାଳି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ମହିଳାଙ୍କ ବାପଘର ପକ୍ଷରୁ ରାତି ସୁଦ୍ଧା ହତ୍ୟା ଅଭିଯୋଗ ହୋଇନଥିବା ବଡ଼ଗଡ଼ ଥାନା ପୁଲିସ କହିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ବିହାରର ଦୀପକ ସାହା ସୁନ୍ଦରଗଡ଼ର ସଙ୍ଗୀତାଙ୍କୁ ପ୍ରାୟ ୧୦ବର୍ଷ ତଳେ ବିବାହ କରିଥିଲେ। ୟୁନିଟ୍‌-୨ରେ ଦୀପକ ବ୍ୟବସାୟ କରିବା ସହ ଦୀର୍ଘ ଦିନ ହେବ ରହି ଆସୁଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି। ଆଜି ସନ୍ଧ୍ୟାରେ ସଙ୍ଗୀତା ତାଙ୍କ ବଡ଼ ପୁଅଙ୍କୁ ପଢ଼ାଇବା ବେଳେ ମାଡ଼ ମାରିଥିଲେ। ଏଥିରେ ପୁଅ ଆହତ ହେବା ସହ କାନ୍ଦିଥିଲା। ଏଣୁ ସଙ୍ଗୀତାଙ୍କ ସହ ଶାଶୂ ଓ ନଣନ୍ଦଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବଚସା ଉଗ୍ରରୂପ ନେଇଥିଲା। ପରେ ନଣନ୍ଦ ପୁଅ ପାଇଁ ପାଖ ଦୋକାନରୁ ଔଷଧ ନେଇ ଆସିବା ବେଳକୁ ଘର ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ। କବାଟ ଖୋଲିବା ବେଳକୁ ସଙ୍ଗୀତ ଜଳୁଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା।

ସମ୍ବନ୍ଧିତ ଖବର