ତଲାକି ମହିଳାଙ୍କୁ ଭତ୍ତା ପ୍ରଦାନ ଦାବି

ଭୁବନେଶ୍ବର: ତଲାକି ମହିଳା ସହାୟତା ସମିତି ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମିତି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୨୮ଶହ ତଲାକି ମହିଳା ରାଜ୍ୟ ସରକାରଙ୍କ ନିକଟରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି। ୨୦୧୪ରେ ରାଜ୍ୟ ସରକାର ତଲାକି ମହିଳାଙ୍କୁ ଭତ୍ତା ଦେବାକୁ ଘୋଷଣା କରିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏ ଜଣେ ହେଲେ ବି ତଲାକି ମହିଳାଙ୍କୁ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ କରିନାହାନ୍ତି। ଏନେଇ ସମିତି ପକ୍ଷରୁ ହାଇକୋର୍ଟରେ ରିଟ୍‌ ପିଟିସନ୍‌ ମଧ୍ୟ ଦାଖଲ ହୋଇଥିଲା। ହାଇକୋର୍ଟ ଭତ୍ତା ପ୍ରଦାନ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏ ତଲାକି ମହିଳାଙ୍କ ଦାବି ପୂରଣ କରିନାହାନ୍ତି। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସମିତି ଦାବି କରିଛି। ବିକ୍ଷୋଭରେ ସମିତି ସଭାପତି ସାଏରା ମିର୍ଜା, ସମ୍ପାଦକ ମାହେ ଅଫରୋଜ ବେଗମ, ରସିଦା ବିବି, ଫିରୋଜା ବିବି, ଆଇନଜୀବୀ ଅସଫାକ୍‌ ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର