ଥାନା ଭିତରେ ଦୁଇ ମହିଳା କନଷ୍ଟେବଳଙ୍କୁ ପିଟିଲେ

ଭୁବନେଶ୍ବର : ବୁଧବାର ଖଣ୍ଡଗିରି ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଦୁଇ ଜଣ ମହିଳା କନଷ୍ଟେବଳଙ୍କୁ ପିଟିପିଟି ଗୁରୁତର କରିଛନ୍ତି। ଜଣେ କନ‌ଷ୍ଟେବଳଙ୍କ ହାତ ଭାଙ୍ଗି ଥିବା ଜଣାପଡ଼ିଛି। ତୁରନ୍ତ ମହିଳାଙ୍କୁ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ କରାଯାଇଛି। ମହିଳାଜଣକ ହେଲେ ତପୋବନ ବସ୍ତିର ଅନ୍ତର୍ଯାମୀ ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଚିତ୍ରା ପାଣିଗ୍ରାହୀ। ଆହତ କନଷ୍ଟେବଳ ଗୌରୀ ଭୂୟାଁ ଓ ସ୍ମିତାରାଣୀ ବଡ଼ଜେନା କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏକ ଗଣ୍ଡଗୋଳ ମାମଲାରେ ଅଭିଯୋଗ କରିବାକୁ ଆସି ସୁଚିତ୍ରା ତୁରନ୍ତ ଏତଲା କପି ମାଗିଥିଲେ। କପି ପାଇଁ ପରେ ଆସିବାକୁ କହିବାରୁ ଉତ୍‌କ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ କରିଥିଲେ।

ସମ୍ବନ୍ଧିତ ଖବର