ଦୁଇ ମହଲାରୁ ପଡ଼ି ଶ୍ରମିକ ମୃତ

ଚନ୍ଦ୍ରଶେଖରପୁର: କାନନବିହାରରେ ଏକ ନିର୍ମାଣାଧୀନ ଘରର ଦୁଇ ମହଲା ଛାତରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମହମ୍ମଦ ଥାଇଜାନ। ତାଙ୍କ ଘର ଇଚ୍ଛାପୁରମ୍ ହୋଇଥିବା ବେଳେ ସେ ପଟିଆରେ ରହୁଥିଲେ। ଆଜି ମଧ୍ୟାହ୍ନରେ କାମ କରୁଥିବା ବେଳେ ଥାଇଜାନ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ଅନ୍ୟ ଶ୍ରମିକମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର