ଦୁଇ ସାଙ୍ଗଙ୍କ ସ୍ମୃତିରେ ୨୫ରେ ‘ଆମ ଓଡ଼ିଶା’ ରକ୍ତଦାନ ଶିବିର

ଭୁବନେଶ୍ବର: ଟିକେ ଅସାବଧାନତା ସେଦିନ ଦୁଇ ସାଙ୍ଗକୁ ଆରପାରିକୁ ନେଇ ଯାଇଥିଲା। ଖଣ୍ଡଗିରିସ୍ଥିତ ଜାଭିୟରରୁ ଉତ୍ତୀର୍ଣ୍ଣ ହୋଇ ସାରିଥିବା ଦୁଇ ସାଙ୍ଗ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ପ୍ରାଣ ହରାଇଲେ। ମେ’ ମାସରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଛାତ୍ର ଗିରିଜା ଓ ଚନ୍ଦ୍ରାଂଶୁଙ୍କ ଅକାଳ ବିୟୋଗକୁ କିନ୍ତୁ ହଠାତ୍‌ ଗ୍ରହଣ କରିପାରିନଥିଲେ ତା’ର ସାଙ୍ଗ ଓ ପରିବାରବର୍ଗ। ଖାସ୍‌ ତାଙ୍କରି ସ୍ମୃତିକୁ ଉଜ୍ଜୀବୀତ ରଖିବା ପାଇଁ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ ପକ୍ଷରୁ ‘ଆମ ଓଡ଼ିଶା’ ସହଯୋଗରେ ଆସନ୍ତା ୨୫ ତାରିଖ ରବିବାର ସକାଳ ସାଢ଼େ ୮ଟାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ବେଳେବେଳେ ଅନେକ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହେବା ପରେ ରକ୍ତ ଅଭାବରୁ ପ୍ରାଣ ହରାଉଥିବା ବେଳେ ଏହି ବାର୍ତା ବାଣ୍ଟିବ ରକ୍ତଦାନ ଶିବିର। ତେଣୁ ଏଥିରେ ବହୁ ସଂଖ୍ୟାରେ ସାମିଲ୍‌ ହୋଇ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସ୍ବର୍ଗତ ଗିରିଜାଙ୍କ ମା’ ଅମିୟବାଳା ପରିଡ଼ା ଓ ‘ଆମ ଓଡ଼ିଶା’ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର